ETV Bharat / state

ନୂଆପଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ବିଟ୍‌ ହାଉସ୍ ଉଡାଇଲେ, ଜେସିବି ଜାଳିଲେ

author img

By ETV Bharat Odisha Team

Published : Aug 25, 2023, 11:39 AM IST

Updated : Aug 25, 2023, 12:34 PM IST

ନୂଆପଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ନୂଆପଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ନୂଆପଡା ଜିଲ୍ଲାରେ ବନ ବିଭାଗର ବିଟ୍ ହାଉସ୍ ଉଡାଇଲେ ମାଓବାଦୀ । ଗୋଟିଏ ଜେସିବିରେ ମଧ୍ୟ ଜାଳି ଦେଲେ । ଅଧିକ ପଢନ୍ତୁ

ନୂଆପଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ନୂଆପଡା: ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୋମା ପକାଇ ବନ ବିଭାଗର ବିଟ୍ ହାଉସ୍ ଉଡାଇ ଦେଲେ ମାଓବାଦୀ । କିଛି ଦିନର ବ୍ୟବଧାନ ପରେ ଆଜି ସଦର ଥାନା ଗୋଳାବନ୍ଧ ଗାଁରେ ଲାଲବାହିନୀ ଏଭଳି ଉତ୍ପାତ କରିଛନ୍ତି । ବିଟ୍ ହାଉସ୍ ଉଡାଇବା ସହ ଏକ ଜେସବି ମେସିନ ଜାଳି ଦେଇଛନ୍ତି । ଏହାପରେ ଗାଁର ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ମାଓ ପୋଷ୍ଟର ଲଗାଇ ପଳାଇଛନ୍ତି ।

ନୂଆପଡା ଏକ ମାଓ ପ୍ରବଣ ଜିଲ୍ଲା ଭାବରେ ଚର୍ଚ୍ଚିତ ଥିବାବେଳେ ଗତ କିଛି ଦିନ ହେବ ମାଓବାଦୀଙ୍କ ନୀରବତା ରହିଥିଲା । ଆଜି ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛି । ସଦର ଥାନା କେରମେଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଲାବନ୍ଦ ଗାଁରେ ଲଙ୍କାକାଣ୍ଡ ଘଟାଇଛି ମାଓ ସଙ୍ଗଠନ । ଗାଁରେ ଥିବା ବିଟ୍ ହାଉସକୁ ବୋମା ମାଡ଼ କରି ଉଡାଇ ଦେଇଥିବା ବେଳେ ଏକ ଜେସିବିକୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଦେଖାଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆପଡା ମେନପୁର ମାଓ ସଂଗଠନ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଯବାନଙ୍କ କୁମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ଏହାମଧ୍ୟ ପଢନ୍ତୁ: ନୂଆପଡାରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ

କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବିଜୁ ଜନତା ଦଳ ସରକାର ଏବଂ ଛତିଶଗଡ଼ କଂଗ୍ରେସ ସରକାର ଜନତାଙ୍କ ସପକ୍ଷରେ କାର୍ଯ୍ୟ କରୁନାହାଁନ୍ତି । କେବଳ ବଡ଼ ବଡ଼ କମ୍ପାନୀଙ୍କ ସ୍ବାର୍ଥ ପାଇଁ କାମ କରୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏହାର ପ୍ରତିବାଦରେ ସେମାନେ ଏଭଳି କାଣ୍ଡ ଘଟାଇଥିବା ପୋଷ୍ଟର ଜରିଆରେ କହିଛନ୍ତି । ଏହି ଘଟଣା ପରେ ସିଆରପିଏଫ, ଏସଓଜି, ଡିଭିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ମାସକ ତଳେ ମାଓବାଦୀମାନେ ରାୟଗଡା ଜିଲ୍ଲାର ମୁନିଗୁଡାରେ ଏଭଳି ଲଙ୍କାକାଣ୍ଡ ଘଟାଇଥିଲେ । ଦେଓକୁପୁଲି ଛକ ନିକଟ କ୍ରସରରେ ଥିବା ୨ଟି ପ୍ରୋକ୍ଲିନ, ୫ଟି ହାଇୱା ସମେତ ୯ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ଏପରି କାଣ୍ଡ ଘଟାଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଷ୍ଟର ଲଗାଇ ପଳାଇ ଥିଲେ । ତେବେ କିଛି ଦିନ ତଳେ ନୂଆପଡାର ପାଟଧରା ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ସେଠାରୁ ଡିଟୋନେଟର, ରେଡିଓ, ବ୍ୟାଟେରୀ, ମାଓ ପୋଷାକ, ଜୋତା, ଧାରୁଆ ଅସ୍ତ୍ର ଭଳି ବହୁ ମାଓ ସାମଗ୍ରୀ ଜବତ କରାଯାଇଥିଲା ।

ଇଟିଭି ଭାରତ, ନୂଆପଡା

Last Updated :Aug 25, 2023, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.