ETV Bharat / state

ଯବାନଙ୍କ କୁମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

author img

By

Published : Jul 28, 2023, 5:04 PM IST

ନୂଆପଡା ସିଆରପିଏଫ, ଡିଭିଏଫ ଓ ଏସଓଜି ଯବାନଙ୍କୁ ସଫଳତା। ମିଳିତ କୁମ୍ବି ଅପରେସନ ବେଳେ ଠାବ ହେଲା ମାଓକ୍ୟାମ୍ପ । ବିପୁଳ ମାତ୍ରାର ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

maoists escaped after combing operation
maoists escaped after combing operation

maoists escaped after combing operation

ନୂଆପଡା: କୁମ୍ବିଂ ଅପରେସନକୁ ଜୋରଦାର କରିଛି ଯବାନ । ଯବାନଙ୍କ ବନ୍ଧୁକ ମୁନରୁ ଅଳ୍ପକେ ବର୍ତ୍ତି ଗଲେ ମାଓବାଦୀ । ନଙ୍ଗଲଘାଟ ଗାଁଠାରେ କୁମ୍ବିଂ ସମୟରେ କ୍ୟାମ୍ପ୍‌ ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓକ୍ୟାମ୍ପ୍‌କୁ ସିଜ୍‌ କରିବା ସହିତ ବିପୁଳ ମାତ୍ରାରେ ମାଓ ସାମଗ୍ରୀକୁ ଜବତ କଲେ ଯବାନ । ନଙ୍ଗଲଘାଟ ଗାଁଠାରେ ମାଓବାଦୀ ସିଆରପିଏଫ, ଡିଭିଏଫ ଓ ଏସଓଜି ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କନ୍ଧମାଳ-ସିନ୍ଧିପଙ୍ଖାଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ପାଟଦରା ସଂରକ୍ଷିତ ଜଙ୍ଗଲ ସ୍ଥିତ ନଙ୍ଗଲଘାଟ ଗାଁଠାରେ ସଶସ୍ତ୍ର ମାଓବାଦୀ ଚଳପ୍ରଚଳ କରୁଥିବା ଏକ ବିଶେଷ ସୁତ୍ରରୁ ନୂଆପଡା ଯବାନଙ୍କୁ ଖବର ମିଳିଥିଲା । ଏହି ସୂଚନାକୁ ଆଧାର କରି ନୂଆପଡା ଏସ୍‌ପି ଜି.ରାଘବେନ୍ଦ୍ର ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ, ଡିଭିଏଫ ଓ ଏସଓଜିର ମିଳିତ ଟିମ୍‌ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । କୁମ୍ବିଂ ଅପରେଶନ ବେଳେ ନଙ୍ଗଲଘାଟ ଗାଁଠାରେ ମାଓବାଦୀ ଥିବା ଖବର ପାଇ ଘେରାବନ୍ଧି କରିବା ବେଳକୁ କୌଣସି ସୂତ୍ରରୁ ଖବର ପାଇ ମାଓବାଦୀ କ୍ୟାମ୍ପ୍‌ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ମାଓକ୍ୟାମ୍ପକୁ କବ୍‌ଜା କରିବା ସହିତ ବିପୁଳ ମାତ୍ରାରେ ମାଓ ସାମଗ୍ରୀକୁ ଜବତ କରିଛନ୍ତି । କ୍ୟାମ୍ପ୍‌ରେ ମାଓ ପୁସ୍ତିକା, ଔଷଧ, ଚାଉଳ, ଡାଲି, ବିସ୍କୁଟ, ପୋଷାକସହିତ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ମିଳିତ ଯବାନ ଟିମ୍‌ ।

ଏହା ମଧ୍ୟ ପଢନ୍ତୁ-ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍‌ରୁ ଗର୍ଭ ପରୀକ୍ଷା କୀଟ୍‌ ସହ ଆପତ୍ତିଜନକ ସାମଗ୍ରୀ ଜବତ

ମାଓବାଦୀଙ୍କ ଗତିବିଧିକୁ ଅନୁଧ୍ୟାନ କରିବାପାଇଁ ସ୍ଥାନେସ୍ଥାନେ ସର୍ଚ୍ଚ ଅପରେସନ ଜାରି ରହିଛି । ଅପରପକ୍ଷେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମଧ୍ୟ ଛତିଶଗଡ଼ ଯବାନ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଉଭୟ ଛତିଶଗଡ଼ ରାଜ୍ୟ ଓ ଓଡିଶା ନୂଆପଡ଼ା ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ଚାଲିଥିବା ନୂଆପଡା ଏସପି ଜି.ରାଘବେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି ।

ଗତ ଏପ୍ରିଲ ମାସରେ ଓଡିଶା ଛତିଶଗଡ଼ ସୀମାରେ ମାଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନେଇ ନବରଙ୍ଗପୁର ଏସପି ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ପୋଲିସ ଏସଓଜି ଓ ମାଓଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ କେହି ମୃତାହତ ହୋଇନଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.