ETV Bharat / state

ଶିଶୁ ମହୋତ୍ସବ ‘ସରଗିଫୁଲ’ରେ ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ

author img

By

Published : Nov 24, 2019, 7:17 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ନୂଆପଡା MRS ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ.........

ନୂଆପଡା: ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ନୂଆପଡା MRS ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜିଲ୍ଲାର 46ଟି ଆଶ୍ରମ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗର ଶିଶୁମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା MRS ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲାର ସେବାଶ୍ରମ , ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି। ବକୃତା,ସଙ୍ଗୀତ,ଏକକ ନୃତ୍ୟ,ଦଳଗତ ନୃତ୍ୟ,ଡ୍ରଇଙ୍ଗ,ସାଧାରଣ ଜ୍ଞାନ,ରଚନା,ପତ୍ରଲିଖନ ଭଳି ଏକାଧିକ ପ୍ରତିଯୋଗିତାରେ ଭାଗନେଇ ଉଚ୍ଚ କୋଟିର ଦକ୍ଷତା ଦେଖାଇ କୃତିତ୍ବ ଅର୍ଜନ କରିଛନ୍ତି ।

ଆସନ୍ତା ଡିସେମ୍ବର ମାସରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯିବ ବୋଲି କମିଟିର ଅଧ୍ୟକ୍ଷ ଜିଲ୍ଲା ମଙ୍ଗଳ ଅଧିକାରୀ ସଂଧ୍ୟାରାଣୀ ମାଝୀ ସୂଚନା ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲାପାଳ , ଉପଜିଲ୍ଲାପାଳ ସମେତ ଜିଲ୍ଲାର ପଦାଧିକାରୀ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା MRS ବିଦ୍ୟାଳୟ ପ୍ରାଙ୍ଗଣରେ ଜ଼ୀଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ଉତ୍ସବରେ ଜ଼ୀଲ୍ଲା ର 46 ଗୋଟି ସେବାଶ୍ରମ , ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି । ବକୃତା,ସଙ୍ଗୀତ,ଏକକନୃତ୍ୟ,ଦଲଗତନୃତ୍ୟ,ଡ୍ରଇଂଗ,ସାଧାରଣ ଜ୍ଞାନ,ରଚନା,ପତ୍ରଲିଖନ ଭଳି ଏକାଧିକ ପ୍ରତିଯୋଗିତାରେ ଭାଗନେଇ ଉଚ କୋଟିର ଦକ୍ଷତା ଦେଖାଇ କୃତିତ୍ୟ ଅର୍ଜନ କରିଛନ୍ତି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ମାସରେ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯିବ ବୋଲି ପାଳନ କମିଟିର ଅଧ୍ୟକ୍ଷ ଜ଼ୀଲ୍ଲା ମଙ୍ଗଳ ଅଧିକାରୀ ସଂଧ୍ୟାରାଣୀ ମାଝୀ ଶୁଚନା ଦେଇଛନ୍ତି । ଏହିଅବସରରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜ଼ୀଲ୍ଲା ପାଳ , ଉପଜ଼ିଲ୍ଲା ପାଳ ସମେତ ଜ଼ୀଲ୍ଲା ର ପଦା ଧିକାରୀ ଗଣ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.