ETV Bharat / state

କୃଷି ଆଇନକୁ ବିରୋଧ:ନୟାଗଡ଼ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

author img

By

Published : Dec 31, 2020, 10:17 AM IST

କୃଷି ଆଇନକୁ ବିରୋଧ କରି ନୟାଗଡ଼ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା
କୃଷି ଆଇନକୁ ବିରୋଧ କରି ନୟାଗଡ଼ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ମୋଦି ସରକାରଙ୍କ କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ନୟାଗଡ ଯୁବ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା । ଏହି ଶୋଭାଯାତ୍ରା ବଜେନ୍ଦ୍ର ହାଇସ୍କୁଲଠାରୁ ବାହାରି ଜିଲ୍ଲା କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯାଇଥିଲା l ଅଧିକ ପଢନ୍ତୁ...

ନୟାଗଡ଼: ମୋଦି ସରକାରଙ୍କ କଳା କୃଷି ଆଇନକୁ ତୀବ୍ର ବିରୋଧ କରିଛି ନୟାଗଡ଼ ଯୁବ କଂଗ୍ରେସ l ଏହି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ନୟାଗଡ ଯୁବ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା କରାଯାଇଛି l ଏହି ଶୋଭାଯାତ୍ରା ବଜେନ୍ଦ୍ର ହାଇସ୍କୁଲଠାରୁ ବାହାରି ଜିଲ୍ଲା କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯାଇଥିଲା l ଏହା ଏକ କୃଷକ ମାରଣ ନୀତି ଅଭିଯୋଗ କରି କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଥିଲା l

କୃଷି ଆଇନକୁ ବିରୋଧ କରି ନୟାଗଡ଼ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ଏହି ଶୋଭାଯାତ୍ରାରେ ନୟାଗଡ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଓ ମିର ଅଵୁ ବକର ସିଦ୍ଧିକ ଏବଂ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ ପ୍ରମୁଖ ସାମିଲ ହୋଇ କୃଷି ଆଇନକୁ ବିରୋଧ କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.