ETV Bharat / state

ସୂର୍ଯ୍ୟକନ୍ଧ ହତ୍ୟା ମାମଲା: ୩ ଗିରଫ, ୬ ଫେରାର

author img

By

Published : Jun 19, 2022, 6:58 PM IST

ସୂର୍ଯ୍ୟ କନ୍ଧ ହତ୍ୟା ମାମଲାରେ ୩ ଗିରଫ, ୬ ଅଭିଯୁକ୍ତ ଫେରାର
ସୂର୍ଯ୍ୟ କନ୍ଧ ହତ୍ୟା ମାମଲାରେ ୩ ଗିରଫ, ୬ ଅଭିଯୁକ୍ତ ଫେରାର

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଉଅରପଲ୍ଲୀ କୁଆଁରିଆଁ ନଦୀ ପଠାରେ ଗତ ସୋମବାର ଘଟିଥିବା ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ନୟାଗଡ଼: ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଉଅରପଲ୍ଲୀ କୁଆଁରିଆଁ ନଦୀ ପଠାରେ ଗତ ସୋମବାର ଘଟିଥିବା ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରି ସୂଚନା ଦେଇଛନ୍ତି ଖଣ୍ଡପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ । ଗିରଫ ମାନେ ହେଲେ ଖଣ୍ଡପଡା ଥାନା କୋଦୁଆପଲ୍ଲୀ ଗ୍ରାମର ଦିଲ୍ଲୀପ ନାୟକ, କନ୍ଧପଥରା ଗ୍ରାମର ନିରାକାର ନାୟକ ଏବଂ ଗୋଛାବାରି ଗ୍ରାମର ଭରତ ନାୟକ । ଏଥିରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସମେତ ୬ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ।

ସୂର୍ଯ୍ୟ କନ୍ଧ ହତ୍ୟା ମାମଲାରେ ୩ ଗିରଫ, ୬ ଅଭିଯୁକ୍ତ ଫେରାର

ସୂଚନାଯୋଗ୍ୟ ଯେ, ସୋମବାର ଦିନ ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର କୁଖ୍ୟାତ ଅପରାଧୀ ସୂର୍ଯ୍ୟକନ୍ଧଙ୍କୁ ଜମିଜମା କାରଣରୁ ହତ୍ୟା କରାଯାଇଥିବା ପୋଲିସ କହିଛି । ଘଟଣା ଦିନ, ମାଷ୍ଟରମାଇଣ୍ଡ କୁହାଯାଉଥିବା ସର୍ବେଶ୍ବର ବିଶାଳ, ସୂର୍ଯ୍ୟକନ୍ଧଙ୍କୁ ଫୋନ କରି ଡକାଇଥିଲେ । ଘଟଣା ସ୍ଥଳକୁ କଥାବାର୍ତ୍ତା ନିମନ୍ତେ ସୂର୍ଯ୍ୟ, ତା’ର ଭଣଜା ରାଜା ଏବଂ ଡ୍ରାଇଭର ଅଜୟ ଆସିଥିଲେ । କୌଣସି କାରଣରୁ ସର୍ବେଶ୍ବର ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇ ସଂଘବଦ୍ଧ ଆକ୍ରମଣ ଶିକାର ହୋଇଥିଲେ ସୂର୍ଯ୍ୟ, ତାର ଭଣଜା ରାଜା ଏବଂ ଡ୍ରାଇଭର ଅଜୟ l ଘଟଣାସ୍ଥଳରେ ସୂର୍ଯ୍ୟର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିଲେ ରାଜା ଏବଂ ଅଜୟ ।

ତେବେ କେଉଁ କାରଣରୁ ସୂର୍ଯ୍ୟଙ୍କୁ ହତ୍ୟା କରାଯାଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ହନୁମାନ ପଇସା ପାଇଁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି କିନ୍ତୁ, ପୋଲିସ କହୁଛି ଜମିଜିମା କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି । ରାଜା ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଖଣ୍ଡପଡ଼ା ପୋଲିସ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରି ତାଙ୍କଠାରୁ ଏକ ବାଇକ୍, ମୋବାଇଲ, ବ୍ୟବହାର କରିଥିବା ଖଣ୍ଡା ଜବତ କରିଛି ଏବଂ ଏଥିରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ସର୍ବେଶ୍ବର ସହ ଅନ୍ୟ ୬ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ କରୁଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.