ETV Bharat / state

RTIରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

author img

By

Published : Aug 29, 2022, 4:51 PM IST

RTI ରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
RTI ରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ସୂଚନା ଅଧିକାର ଆଇନ RTI ରେ ତଥ୍ୟ ଲୁଚାଇବା ପଡ଼ିଛି ମହଙ୍ଗା । ନୟାଗଡ଼ ନୂଆଗାଁ ବ୍ଲକ ଜନସୂଚନା ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଇ. ବସନ୍ତ ସାହୁଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନୂଆଗାଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର । ଅଧିକ ପଢନ୍ତୁ

ନୟାଗଡ଼: ସୂଚନା ଅଧିକାର ଆଇନ (RTI) ରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା । ଜନସୂଚନା ଅଧିକାରୀଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ବିଡ଼ିଓଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ । ସୂଚନା ଅନୁସାରେ, ଆବେଦନକାରୀ ଶିବରାମ ମହାପାତ୍ର ଗତ ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ନୟାଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀତମା ମହାଦେବ ପୋଖରୀ ଖୋଳାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଅଦ୍ୟାବଧି କେଉଁ କାରଣରୁ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କର ମଜୁରୀ ମିଳିନାହିଁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ ଏହି ଆବେଦନରେ ଦର୍ଶାଯାଇଥିଲା ।

RTIରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ତେବେ ଏହି ତଥ୍ୟ ୱେବସାଇଟରେ ଉପଲବ୍ଧ ନଥିବା ଦର୍ଶାଇ ତତ୍କାଳୀନ ନୂଆଗାଁ ବ୍ଲକ ଜନସୂଚନା ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ନୂଆଗାଁ ବିଡ଼ିଓଙ୍କ ପାଖରେ ପୁଣିଥରେ ଏହି ତଥ୍ୟ ଦେବାକୁ ନେଇ ପ୍ରଥମ ଅପିଲ କରିଥିଲେ ଶିବରାମ । ଏହା ସତ୍ତ୍ବେ ଶିବରାମଙ୍କୁ ସଠିକ ତଥ୍ୟ ମିଳିନଥିବା ଅଭିଯୋଗ କରି ରାଜ୍ୟ ସୂଚନା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ୯୦୬/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ- ଭାଇରାଲ ସିଙ୍ଗର ତାପସ କୁମାର, ଗୋଟିଏ ମଣିଷ ଦୁଇଟି ସ୍ବର

ଦୀର୍ଘ ୩ବର୍ଷ ପରେ ଏହି ମାମଲାରେ ଉଭୟ ପକ୍ଷଙ୍କ ସମସ୍ତ ଯୁକ୍ତିର ଶୁଣାଣି କରି ତଥ୍ୟଦେବା ଅଭିଯୋଗରେ ରାଜ୍ୟ ସୂଚନା କମିଶନର ବି. କେ ମହାପାତ୍ର ନୂଆଗାଁ ବ୍ଲକରେ କାର୍ଯ୍ୟରତ ଜନସୂଚନା ଅଧିକାରୀ ମଳୟ ରଞ୍ଜନ ଚିନାରାଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ଆଗାମୀ ୧ ମାସ ମଧ୍ୟରେ ଏହି ଅର୍ଥରାଶି ଜମା ନକଲେ ୨ମାସର ଦରମାରୁ ଅଗ୍ରିମ ଭାବେ ଏହି ଅର୍ଥ ରାଶିକୁ ସରକାରୀ ତହବିଲରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବକେୟା ଟଙ୍କା ନଦେବା ଓ ସରକାରୀ ତଥ୍ୟ ହଜାଇବା ନେଇ ସର୍ଭିସ ରୁଲ ଅନୁସାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଇ. ବସନ୍ତ ସାହୁଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନୂଆଗାଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର । ତେବେ ଆବେଦନକାରୀ ନିଜେ ଆଇନଜୀବୀ ଶିବରାମ ମହାପାତ୍ର ଏହି ମାମଲା ପରିଚାଳନା କରିଥିବା ବେଳେ ସୂଚନା କମିଶନଙ୍କ ଏହି ରାୟକୁ ଆବେଦନକାରୀ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.