ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର

author img

By

Published : Oct 6, 2021, 3:53 PM IST

ଦୁଇ ବାଇକ ମୁଁହା ମୁଁହି ଧକ୍କା, ଜଣେ ମୃତ ୩ ଗୁରୁତର
ଦୁଇ ବାଇକ ମୁଁହା ମୁଁହି ଧକ୍କା, ଜଣେ ମୃତ ୩ ଗୁରୁତର

ନୟାଗଡ଼ ଜିଲ୍ଲା ଖଣ୍ଡପଡା-ଭାପୁର ରାସ୍ତାର ଧଳାବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା-ଭାପୁର ରାସ୍ତାର ଧଳାବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ଘଟିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ବିପରୀତ ଦିଗରୁ ଆସୁଥିବା ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।

ତେବେ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ବୋଲଗଡ ଥାନା ଗବଡି ଗାଁର ବାଳକୃଷ୍ଣ ସୁବୁଦ୍ଧି l ଘଟଣା ସ୍ଥଳରେ ବାଳକୃଷ୍ଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଗୁରୁତରଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.