ETV Bharat / state

ନୟାଗଡ଼ରେ ବନ୍ୟା ସ୍ଥିତି, ୭୭୦୦ ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ

author img

By

Published : Aug 20, 2022, 2:50 PM IST

ନୟାଗଡ଼ରେ ବନ୍ୟା ସ୍ଥିତି, 7700 ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ, 3200 ଲୋକ ସ୍ଥାନାନ୍ତର
ନୟାଗଡ଼ରେ ବନ୍ୟା ସ୍ଥିତି, 7700 ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ, 3200 ଲୋକ ସ୍ଥାନାନ୍ତର

ନୟାଗଡ଼ରେ ବନ୍ୟା ଯୋଗୁଁ ଅନେକ ସ୍ଥାନରେ ସ୍ଥିତି ସଙ୍ଗୀନ ରହିଛି । ପ୍ରାୟ ୭୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ହୋଇଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼: ବନ୍ୟା ଯୋଗୁଁ ଜିଲ୍ଲାର ଗଣିଆ ଖଣ୍ଡପଡା ଏବଂ ଭାପୁର ବ୍ଳକର ୧୬ଟି ପଞ୍ଚାୟତର ୮୦ ଗାଁରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ୭୭୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ, ୩୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ନୟାଗଡ଼ରେ ବନ୍ୟା ସ୍ଥିତି, ୭୭୦୦ ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ

ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୪ଫୁଟ ବନ୍ୟା ଜଳ ପ୍ରବାହିତ, ଛାମୁଣିଆ ଏବଂ ବଡ଼ସିଲିଙ୍ଗା ରାସଙ୍ଗ ପଞ୍ଚାୟତ ଜଳ ବନ୍ଦୀ ହୋଇଛି । ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ମଧ୍ୟ ଜଳବନ୍ଦୀ ରହିଛି । କରବର ପଞ୍ଚାୟତର ଗୁଡୁପଡ଼ା, ମାନିତ୍ରୀ ଏବଂ କରବର ନୂଆ ସାହିରେ ଲହଡ଼ି ମାରୁଛି ବନ୍ୟା ପାଣି । କାଳୀଗିରୀ ବ୍ରିଜରୁ ପାଣି କମିଥିବା ବେଳେ ଭାପୁର-କଳାପଥର ଯୋଗାଯୋଗ ସ୍ବାଭାବିକ ହୋଇଛି ।

ମୋଟ ୩୬ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୮୬ କୁଇଣ୍ଟାଲ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି । ୭୩୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି । ୮ ଜଣ ପ୍ରସୂତିଙ୍କୁ ଉଦ୍ଧାର କରାଯାଇ ପ୍ରସବ କରାଯାଇଛି । ସେହିପରି ୩ଟି ଯାକ ବ୍ଲକ ଗଣିଆର ୧୧ସ୍କୁଲ, ଖଣ୍ଡପଡ଼ାର ୯ଟି ସ୍କୁଲ, ଭାପୁରର ୧୨ଟି ସ୍କୁଲ ମୋଟ ୩୨ଟି ସ୍କୁଲ ଛୁଟି ରହିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.