ETV Bharat / state

ଅଜଣା ରୋଗରେ ଆକ୍ରାନ୍ତ ପାଣୁ, ଅର୍ଥ ସାଜିଛି ବାଧକ

author img

By

Published : Dec 29, 2020, 7:46 PM IST

ଅଜଣା ରୋଗରେ ଆକ୍ରାନ୍ତ ପାଣୁ, ଅର୍ଥ ସାଜିଛି ବାଧକ
ଅଜଣା ରୋଗରେ ଆକ୍ରାନ୍ତ ପାଣୁ, ଅର୍ଥ ସାଜିଛି ବାଧକ

ସହାୟତା ଅପେକ୍ଷାରେ ନୟାଗଡ଼ର ପାଣୁ ମହାପାତ୍ର । ଘରର ଏକମାତ୍ର ରୋଜଗାରିଆ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ପାଣୁ ଏବେ ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି l ଅଧିକ ଖବର ପଢନ୍ତୁ...

ନୟାଗଡ଼: ଏ ହେଉଛନ୍ତି ପାଣୁ ମହାପାତ୍ର, ବୟସ 42 l ଘର ନୟାଗଡ଼ ଜିଲ୍ଲା ରଣପୁର ସୁଆଁସିଆରେ l ପାଣୁ ଏବେ କେଉଁ ରୋଗରେ ପଡ଼ି ଛଟପଟ ହେଉଛନ୍ତି ତାହା ସେ ବି ଜାଣିନାହାଁନ୍ତି l କେଉଁଥି ପାଇଁ ସେ ଦିନକୁ ଦିନ ଦୁର୍ବଳ ହେବା ସହ ପତଳା ହୋଇଯାଉଛନ୍ତି ତାହା କେହି କହିପାରୁନାହାନ୍ତି l

ରୋଗ ଏମିତି ପ୍ରଭାବିତ କରିଛି ଯେ ଚାଲିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡୁଛି l ରୋଗକୁ ମଧ୍ୟ ଚିହ୍ନି ପାରୁନାହାଁନ୍ତି ଡାକ୍ତର l ଫଳରେ ଅଜଣା ରୋଗରେ ପୀଡ଼ିତ ହୋଇ ଦିନକୁ ଦିନ ଅସୁସ୍ଥ ହୋଇପଡୁଛନ୍ତି ପାଣୁ l ତଥାପି ମନ ମାନୁନି l ଭଲ ହେବା ଆଶାରେ ଏ ମେଡ଼ିକାଲରୁ ସେ ମେଡିକାଲ ହୋଇ ଖର୍ଚ୍ଚାନ୍ତ ହେଲେଣି l

ଅଜଣା ରୋଗରେ ଆକ୍ରାନ୍ତ ପାଣୁ, ଅର୍ଥ ସାଜିଛି ବାଧକ

ଘରର ଏକମାତ୍ର ରୋଜଗାରିଆ ଲୋକ ଆଜି ଆର୍ଥିକ ଅନଟନରେ ଜୀବନ ବିତାଉଛନ୍ତି l ରୋଗ ଛଡାଇ ନେଇଛି ସୁନା ସଂସାରର ସୁଖ l ଘର ଚଳାଇବା ଭାରୀ କଷ୍ଟ ହେଉଛି l ପାଣୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲରେ ତାନ୍ତକାଠି ବିକୁଥିଲେ l ସେଥିରୁ ଯେତିକି ରୋଜଗାର ହେଉଥିଲା ସେତିକିରେ ପରିବାର ଚଳିଯାଉଥିଲା l କିନ୍ତୁ ଏବେ ରୋଜଗାର ଶୂନ୍ୟ ପାଣୁ l

ବୁଢ଼ୀ ମାଆ କାହାଠୁ ଧାର ଆଣିଲେ ପରିବାରରେ ଚୁଲି ଜଳୁଛି l 5 ମାସ ହେଲା ଅଜଣା ରୋଗରେ ପିଡ଼ିତ ହୋଇ କଷ୍ଟ ଯନ୍ତ୍ରଣା ଭୋଗୁଛନ୍ତି l ରୋଗ ଚି଼ହ୍ନଟ ପାଇଁ ଆର୍ଥିକ ସମ୍ଭଳର ଘୋର ଅଭାବ l

ମେଡିକାଲକୁ ଯାଇ ଟେଷ୍ଟ କରିବାକୁ ଟଙ୍କା ଟିଏ ପାଖରେ ନାହିଁ l ପାଣୁଙ୍କ ପରିବାର କହିଲେ ପତ୍ନୀ, ବୁଢ଼ୀ ମାଆ ଏବଂ ଗୋଟିଏ ଝିଅ l ମେଡିକାଲକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ତଥାପି ରୋଗ ଭଲ ହେଉନି l ବେସରକାରୀ ସ୍ତରରୁ ହେଉ କିମ୍ବା ସରକାରୀ ସ୍ତରରୁ ପାଣୁଙ୍କୁ ସହାୟତା ମିଳିଲେ ଉତ୍ତମ ଚିକିତ୍ସା ପାଇପାରନ୍ତେ l ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.