ETV Bharat / state

ବ୍ରିଜରୁ ଖସି ତେଲ ଟ୍ୟାଙ୍କର ଫାଟିବା ଘଟଣା, ୪ ମୃତଦେହ ଉଦ୍ଧାର

author img

By

Published : Jun 11, 2022, 6:33 PM IST

ବ୍ରିଜରୁ ଖସି ତେଲ ଟ୍ୟାଙ୍କର ଫାଟିବା ଘଟଣା, ୪ ମୃତଦେହ ଉଦ୍ଧାର
ବ୍ରିଜରୁ ଖସି ତେଲ ଟ୍ୟାଙ୍କର ଫାଟିବା ଘଟଣା, ୪ ମୃତଦେହ ଉଦ୍ଧାର

ପାରାଦୀପରୁ ନୟାଗଡ଼ ଡିଜେଲ ନେଇ ଆସୁଥିବା ଏହି ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ତେଲ ଟ୍ୟାଙ୍କର ଫାଟି ବିସ୍ଫୋରଣ ହେବା ଫଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼: ବ୍ରିଜ ଉପରୁ ଖସି ତେଲ ଟ୍ୟାଙ୍କର ଫାଟି ବିସ୍ଫୋରଣ ହେବା ଫଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନୟାଗଡ ବଡପଣ୍ଡୁସର ବ୍ରିଜ ତଳକୁ ଏହି ତେଲ ଟ୍ୟାଙ୍କରଟି ଖସିପଡିବାରୁ ଏଭଳି ଦୁର୍ଘଟଣା ଘଟିଯାଇଛି । ଭଙ୍ଗା ତେଲ ଟ୍ୟାଙ୍କରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ବ୍ରିଜରୁ ଖସି ତେଲ ଟ୍ୟାଙ୍କର ଫାଟିବା ଘଟଣା, ୪ ମୃତଦେହ ଉଦ୍ଧାର

ଜଣକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ପରିଚୟ ଏଯାବତ ସ୍ପଷ୍ଟ ହୋଇନାହିଁ । ଟ୍ୟାଙ୍କର ବିସ୍ଫୋରଣ ଦେଖି ଉଦ୍ଧାର କରିବାକୁ ଯାଇଥିବା 2 ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗତକାଲି(ଶୁକ୍ରବାର) ରାତି ପ୍ରାୟ 1. 45 ସମୟରେ ଏହି ଅଘଟଣ ଘଟିଛି ।

ପାରାଦୀପରୁ ନୟାଗଡ଼ ଡିଜେଲ ନେଇ ଆସୁଥିବା ଏହି ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ଏହି ବିସ୍ଫୋରଣ ଦେଖି ୩ ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିବାବେଳେ ଦୁଇ ଯୁବକଙ୍କ ବ୍ଲାଷ୍ଟ ହେବା ଦ୍ବାରା ମୃତ୍ୟୁ ଘଟିଛି । ତେବେ ମୃତକମାନେ ହେଲେ ସ୍ଥାନୀୟ ସାନ ପଣ୍ଡୁସର ଗାଁର ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ । ଘଟଣାସ୍ଥଳରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.