ETV Bharat / state

ମର୍ମନ୍ତୁଦ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ରାଇସ ମାଲିକଙ୍କ ପରିବାର, ଡ୍ରାଇଭର ମୃତ

author img

By

Published : Jan 11, 2020, 8:34 AM IST

Updated : Jan 11, 2020, 3:30 PM IST

Car accident in nayagarh, 4 died
ଗଛରେ ପିଟି ହେଲା କାର, 4 ମୃତ

07:50 January 11

ମର୍ମନ୍ତୁଦ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ରାଇସ ମାଲିକଙ୍କ ପରିବାର, ଡ୍ରାଇଭର ମୃତ

କାର ଦୁର୍ଘଟଣାରେ ରାଇସ ମିଲ ମାଲିକଙ୍କ ସହ 3 ମୃତ

ନୟାଗଡ଼: ଘନ କୁହୁଡି ନେଲା 4 ଜୀବନ । ଜିଲ୍ଲାର ଓଡଗାଁ ଥାନା କରଡାରେ ଗଛରେ ପିଟି ହେଲା ଦୃତଗାମୀ କାର । ଏଥିରେ ଡ୍ରାଇଭର ସହ ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ଘଟିଛି । 

ନନ୍ଦିଘର ରାଇସ ମିଲର ମାଲିକ ଚିରଞ୍ଜୀବ ସାହୁ ନିଜ କାର ଯୋଗେ ଭୁବନେଶ୍ବରରୁ ଓଡଗାଁ ଥାନା ନନ୍ଦିଘର କରଡା ସାହିକୁ ଫେରୁଥିଲେ । ଏହି ସମୟରେ କାର୍‌ଟି ଗଛରେ ପିଟି ହୋଇ ହୋଇଥିଲା । ଚିରଞ୍ଜୀବଙ୍କ ସହ ଗାଡିରେ ତାଙ୍କ ସ୍ତ୍ରୀ ମଧୁସ୍ମିତା, ପୁଅ ଆଦିତ୍ୟ  ଓ ଗାଡିର ଡ୍ରାଇଭର ସନ୍ତୋଷ ନାୟକ ଥିଲେ । ପରିବାରର 3 ସଦସ୍ୟଙ୍କ ସମେତ ଗାଡି ଡ୍ରାଇଭରର ମୃତ୍ୟୁ ହୋଇଛି । 

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି 4 ଜଣଙ୍କ ମୃତଦେହ ଜବତ କରିଛି । ଦୁର୍ଘଟଣାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଘନ କୁହୁଡି ଓ ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
 
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣା ରେ ଗୋଟିଏ ପରିବାରର 3 ଜଣଙ୍କ ସହ ଡ୍ରାଇଭର ମୃତ । Body:ଭୁବନେଶ୍ୱର ରୁ କାର ଯୋଗେ ଓଡ଼ଗାଁ ଥାନା ନଦୀଘର କରଡା ସାହି କୁ ଫେରୁଥିବା ବେଳେ, ନଦୀଘର ନିକଟ ରେ ଦୁର୍ଘଟଣା ଘଟି ମୃତ ହୋଇଛି । ନନ୍ଦିଘର ରାଇସ ମିଲର ମାଲିକ ଚିରଞ୍ଜୀବ ସାହୁ ତାଙ୍କ କାର ଯୋଗେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି । ଏଥିରେ ଚିରଞ୍ଜୀବ ଙ୍କ ସହ ତାଙ୍କ ସ୍ତ୍ରୀ ମଧୁସ୍ମିତା ସାହୁ, ଓ ପୁଅ ଆଦିତ୍ୟ ସାହୁ ଙ୍କର ମୃତୁ ହୋଇଛି । ଏହିଭଳି ଡ୍ରାଇଭର ସନ୍ତୋଷ ନାୟକଙ୍କର ମଧ୍ୟ ମୃତୁ ହୋଇଛି । Conclusion:ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ମୃତ ଶବକୁ ଜବତ କରିଥିବା ସହ, ପୋଷ୍ଟମତମ ପାଇଁ ମେଡିକାଲ ଆଣିଛି । ସେପଟେ ମେଡିକାଲ ଭିତରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।
Last Updated :Jan 11, 2020, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.