ETV Bharat / state

କଲ୍ୟାଣପୁରରେ କାର୍‌ ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Apr 22, 2022, 10:08 PM IST

କାର ଧକ୍କାରେ ନାବାଳିକାର ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
କାର ଧକ୍କାରେ ନାବାଳିକାର ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ନୟାଗଡ କଲ୍ୟାଣପୁରରେ କାର୍‌ ଧକ୍କାରେ ନାବାଳିକା ମୃତ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ

ନୟାଗଡ: ଜିଲ୍ଲାର ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁରଠାରେ କାର୍‌ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଓଡ଼ଗାଁରୁ ନୟାଗଡ଼ ଆସୁଥିବା ଏକ କାର୍ ନାବାଳିକାକୁ ଧକ୍କା ଦେଇଥିବା ଜଣାପଡିଛି ।

କାର ଧକ୍କାରେ ନାବାଳିକାର ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ମୃତ ନାବାଳିକା ହେଉଛନ୍ତି, କଲ୍ୟାଣପୁର ଗ୍ରାମର ଲଣ୍ଡା ପ୍ରଧାନଙ୍କ ୯ ବର୍ଷୀୟ ଝିଅ । ଏହି ଦୁର୍ଘଟଣା ଖବର ପାଇ ସଙ୍ଗେ ସଙ୍ଗେ କଲ୍ୟାଣପୁର ଗ୍ରାମବାସୀ ନୟାଗଡ଼-ଓଡ଼ଗାଁ ରାସ୍ତା ଅବରୋଧ କରିଥିଲେ ।

ଫଳରେ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା । ରାସ୍ତା ଅବରୋଧ ପରେ ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନା, ଶରଣକୁଳ ଏସଡିପିଓଙ୍କ ସମେତ ଥାନା କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.