ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

author img

By

Published : Nov 1, 2021, 9:31 AM IST

Updated : Nov 1, 2021, 11:54 AM IST

ଦୁଇ ବାଇକ ମୁଁହମୁହିଁ ଧକ୍କା , ୨ ମୃତ-୨ ଗୁରୁତର
ଦୁଇ ବାଇକ ମୁଁହମୁହିଁ ଧକ୍କା , ଦୁଇ ବାଇକ ମୁଁହମୁହିଁ ଧକ୍କା , ୨ ମୃତ-୨ ଗୁରୁତର୨ ମୃତ-୨ ଗୁରୁତର

ନୟାଗଡ ଜିଲ୍ଲା ତୁଳସୀପୁର ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ...

ନୟାଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ମୃତ, ୨ ଗୁରୁତର । ଏହି ଦୁର୍ଘଟଣା ଘଟିଛି ନୟାଗଡ ଜିଲ୍ଲା ତୁଳସୀପୁର ନିକଟ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ। ୨ ମୃତକ ହେଉଛନ୍ତି ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ଓ ଲୁଣିସରା ଗାଁର ବେଣୁଧର ପ୍ରଧାନ । ତେବେ ୨ ଆହତ ବୁଧନାଥ ସିଂହ ଗୋପାଳ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

ମିଳିଥିବା ସୂଚନାଅନୁଯାୟୀ ଗତରାତିରେ ତୁଳସୀପୁର ନିକଟ ଜାତୀୟ ରାଜପଥରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଜାରି ରଖିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Nov 1, 2021, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.