ETV Bharat / state

ବସ୍-ଟ୍ରକ ଧକ୍କା: ଟ୍ରକ ଡ୍ରାଇଭର ମୃତ, 10ଆହତ

author img

By

Published : Aug 15, 2019, 12:17 PM IST

ନୟାଗଡର ଇଟମାଟି ଥାନା ବାଉଁଶିଆପଡାରେ ଠାରେ ଗୁରୁବାର ସକାଳେ ବସ୍‌-ଟ୍ରକ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ । ଏଥିସହ ‘ଓଁ ଶାନ୍ତି ବସ୍‌’ରେ ଥିବା ଯାତ୍ରୀଙ୍କ ମଧ୍ୟରୁ 10ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ବସ୍-ଟ୍ରକ ଧକ୍କା । ନୟାଗଡର ଇଟମାଟି ଥାନା ବାଉଁଶିଆପଡାରେ ଠାରେ ଗୁରୁବାର ସକାଳେ ବସ୍‌ ଓ ଟ୍ରକ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ। ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀବାହୀ ‘ଓଁ ଶାନ୍ତି ବସ୍‌’ରେ ଥିବା ଯାତ୍ରୀଙ୍କ ମଧ୍ୟରୁ 10ଜଣ ଆହତ ହୋଇଛନ୍ତି ।


ଫୁଲବାଣୀରୁ ଭୁବନେଶ୍ବର ଯାଉଥିବା ଓଁ ଶାନ୍ତି ବସ୍‌ ଗୁରୁବାର ସକାଳେ, ବାଉଁଶିଆପଡା ଠାରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ମୃତ୍ୟୁ ହୋଇଥିଲା । ତେବେ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ 10ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ଦୁର୍ଘଟଣା କାରଣ ଜଣା ପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଇଟମାଟି ପୋଲିସ ପହଞ୍ଚି ଉଭୟ ବସ୍‌ ଓ ଟ୍ରକ ଜବତ କରିଛି । ଅନ୍ୟ ଏକ ବସ୍‌ ସହାୟତାରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।

କଟକରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ଇଟମାଟି ଥାନା ବାଉଁସିଆପଡାରେ ଆଜି ସକାଳେ ବସ ଓ ଟ୍ରକ ମୁହାଁ ମୁହିଁ ଧକା,, ଟ୍ରକ ଡ୍ରାଇଭର ମୃତ । Body:ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ଓଁମ ଶାନ୍ତି ବସ ଆଜି ସକାଳେ, ବାଉଁସିଆପଡା ଠାରେ ଏକ ଟ୍ରକ ସହ ଧକା ଲାଗିଥିଲା । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ର ମୃତ ହୋଇଥିଲା । ତେବେ ବଶ ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା । ବସ ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ 10 ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ସେମାନଙ୍କୁ ନଯାହାଡ଼ ମୁକ୍ଷ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତ ଡ୍ରାଇଭର ର ପରିଚୟ ମିଳିପାରିନାହିଁ । Conclusion:କେଉଁ କାରଣ ରୁ ଦୁର୍ଘଟଣା ହେଲା, ତାହାର ସଠିକ କାରଣ ଜଣା ପଡିନଥିବା ବେଳେ, ଇଟମାଟି ପୋଲିସ ପହଂଚି ଉଭୟ ବସ ଓ ଟ୍ରକ କୁ ଜବତ କରିଛି । ଅନ୍ୟ ଏକ ବସ ସହାୟତା ରେ ଯାତ୍ରୀ ମାନଙ୍କୁ ପଠା ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.