ETV Bharat / state

ବାରହା ଆକ୍ରମଣରେ ଛାତ୍ର ଗୁରୁତର

author img

By

Published : Dec 30, 2019, 10:52 AM IST

wild pig attack on school student
ବାରହା ଆକ୍ରମଣରେ ଛାତ୍ର ଗୁରୁତର

ନବରଙ୍ଗପୁର ଜିଲ୍ଲା ରାଇଘର ଅନ୍ତର୍ଗତ ଖୁଡୁକ ପଞ୍ଚାୟତର ଗାଇତାବେଡା ଗାଁରେ ବାରହା ଆକ୍ରମଣରେ ଜଣେ ବାଳକ ଗୁରୁତର ଅଛି । ଗୁରୁତର ବାଳକକୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁର: ରାଇଘର ଅନ୍ତର୍ଗତ ଖୁଡୁକ ପଞ୍ଚାୟତର ଗାଇତାବେଡା ଗାଁରେ ଅଭାବନୀୟ ଘଟଣା । ବାରହା ଆକ୍ରମଣରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବାଳକର ନାମ ଗୋବିନ୍ଦ ଗଣ୍ଡଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାରହା ଆକ୍ରମଣରେ ଛାତ୍ର ଗୁରୁତର

ସୂଚନା ଅନୁସାରେ ଗାଇତାବେଡା ଗାଁ ଦୁଇଟି ବାଳକ ନିକଟରେ ଥିବା ଏକ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ । ହେଲେ ସେଠାରେ ହଠାତ୍ ଦୁଇଟି ବଣ ବାରହା ଆସି ଗୋବିନ୍ଦକୁ ଆକ୍ରମଣ କରିଥିଲା । ଏହି ଘଟଣା ପରେ ଅନ୍ୟଜଣେ ବାଳକ ସେଠାରୁ ଖସି ଆସି ତୁରନ୍ତ ଗୋବିନ୍ଦ ଘରେ ଖବର ଦେଇଥିଲା । ଘଟଣା ସମ୍ପର୍କରେ ଗୋବିନ୍ଦର ପରିବାର ଲୋକେ ଜାଣିପାରି ତୁରନ୍ତ ଜଙ୍ଗଲକୁ ଯାଇ ଗୋବିନ୍ଦକୁ ଉଦ୍ଧାର କରିଥିଲେ ।

ତେବେ ଗୁରୁତର ବାଳକର ପେଟ ଚିରି ଯାଇଥିବା ବେଳେ ପେଟ ଭିତରର କିଛି ଅଂଶ ବାହାରକୁ ବାହାରିଥିବା ଜଣାପଡିଛି । ଏହାସହ ଦେହର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଛି, ବର୍ତ୍ତମାନ ବାଳକ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Slug - ଵାରାହା ଆକ୍ରମଣ ରେ ଛାତ୍ର ଗୁରୁତର ।
Reporter-Tapan Kumar Bissoyi.
Place- nabarangpur
Anchor - ନବରଙ୍ଗପୁର ଜିଲ୍ଲା ରାଇଘର ଅନ୍ତର୍ଗତ ଖୁଡୁକ ପଞ୍ଚାୟତର ଗାଇତାବେଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା , ଏହି ଗ୍ରାମର ଦୁଇ ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲ ମଧ୍ଯକୁ ଗାଇ ଚରାଇବାକୁ ଯାଇଥିଲେ , ହଠାତ୍ ଦୁଇଟି ବଣ ବରାହ ଆସି ଏହି ବାଳକକୁ ଆକ୍ରମଣ କରିଥିଲେ , ଏହି ଘଟଣା ପରେ ଆଉ ଜଣେ ବାଳକ ଘରକୁ ଯାଇ କହିବା ପରେ , ଘର ଲୋକ ଯାଇ ଉକ୍ତ ବାଳକ କୁ ଉଦ୍ଧାର କଲେ , ବାଳକର ପେଟ ଚିରି ଯିବା ସହିତ ପେଟ ଭିତରର କିଛି ଅଂଶ ବାହାରି ଯାଇଛି । ଏବଂ ଦେହର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଛି , ବର୍ତ୍ତମାନ ବାଳକ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛି ,ଉକ୍ତ ବାଳକର ନାମ ଗୋବିନ୍ଦ ଗଣ୍ଡ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.