ETV Bharat / state

ନିଆରା ଢଙ୍ଗରେ ହେବ ସର୍ଗିଫୁଲ କାର୍ଯ୍ୟକ୍ରମ

author img

By

Published : Dec 18, 2021, 8:25 AM IST

ନିଆରା ଢଙ୍ଗରେ ହେବ ସର୍ଗିଫୁଲ କାର୍ଯ୍ୟକ୍ରମ
ନିଆରା ଢଙ୍ଗରେ ହେବ ସର୍ଗିଫୁଲ କାର୍ଯ୍ୟକ୍ରମ

ଏଥରର ସର୍ଗିଫୁଲ କାର୍ଯ୍ୟକ୍ରମ ଭିନ୍ନ ଧରଣର କରାଯାଉଛି। ଏକକ ଗୀତ, ନୃତ୍ୟ, ଚିତ୍ରଙ୍କନ ଓ କବିତା ଲିଖନ ପ୍ରତିଯୋଗିତା ମଧ୍ୟ ହେବ ଆୟୋଜନ । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଏଥରର ସର୍ଗିଫୁଲ ଭିନ୍ନ ଧରଣର କରାଯାଉଛି । ଷଷ୍ଠ ଶ୍ରେଣୀ ଠାରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟରେ ହିଁ ସମସ୍ତ ବର୍ଗ ପ୍ରତିଯୋଗିତା ପାଇଁ ଭାଗ ନେବେ। ଆଜାଦିର ଅମୃତ ମହୋତ୍ସବ ବିଷୟ ଉପରେ ଆଧାରିତ ପ୍ରତିଯୋଗିତାରେ ଏକକ ଗୀତ, ନୃତ୍ୟ, ଚିତ୍ରଙ୍କନ, କବିତା ଲିଖନ,ଭାଷଣ, ସ୍ଲୋଗାନ ଲିଖନ, ସୃଜନଶୀଳ ଲିଖନ, ବାଦ୍ୟଯନ୍ତ୍ର ପରିଚାଳନା, ଝୋଟି ପ୍ରତିଯୋଗିତା, ଦଳଗତ ନୃତ୍ୟ ପ୍ରଯୋଗିତା ସମେତ ବିଜ୍ଞାନ ପ୍ରୋଜେକ୍ଟକୁ ସାମିଲ କରାଯାଇଛି।

ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଏକ ଆଠ ଜଣିଆ କମିଟି ଗଠନ କରାଯାଇଛି । କୋଭିଡ଼ ନିୟମ ଅନୁସାରେ ଏ ସମସ୍ତ କାର୍ଯ୍ୟକ୍ରମ ହେବ। ଏହି ପ୍ରତିଯୋଗିତା ଗୁଡିକ ରେକର୍ଡ କରାଯାଇ ସମ୍ପୃକ୍ତ ଭିଡ଼ିଓଟିକୁ ପେନ ଡ୍ରାଇଭରେ ଆଣି ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି।

ଶେଷରେ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ହୀରଲୀ ଏକଲବ୍ୟ ବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ କମିଟି ଦ୍ୱାରା ଗଠିତ ବିଚାରକ ମଣ୍ଡଳୀ ଏହାର ତଦାରଖ କରି ସମସ୍ତ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କ ନାମ ପ୍ରଦାନ କରିବେ। ସେହିପରି ବିଜ୍ଞାନ ମେଳା ନିମନ୍ତେ ଆସିଥିବା ଭିଡ଼ିଓ ରେକଡ଼ିଂ ଗୁଡିକ କଲେଜର ଅଧ୍ୟାପକଙ୍କ ଦ୍ୱାରା ବିଚାର ହୋଇ କୃତକାର୍ଯ୍ୟ ହୋଇଥିବା ତିନି ଗୋଟି ବିଦ୍ୟାଳୟର ନାମ ସହ ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କର ତାଲିକା ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବେ।

ସର୍ଗିଫୁଲ ପ୍ରତିଯୋଗିତାରେ ଯେଉଁମାନେ କୃତକାର୍ଯ୍ୟ ହେବେ । ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମଙ୍ଗଳ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଏ ସମସ୍ତ ପ୍ରତିଯୋଗିତାରେ ଭାଗ ନେବେ । ଏନେଇ ଜିଲ୍ଲା ସ୍ତରୀୟ କମିଟି ସଦସ୍ୟ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜିତେନ୍ଦ୍ର ଚୌଧୁରୀ ଏବଂ ପ୍ରକାଶ ବାରିକ ସହଯୋଗ କରୁଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.