ETV Bharat / state

ନବରଙ୍ଗପୁରରେ ଉଦଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

author img

By ETV Bharat Odisha Team

Published : Jan 7, 2024, 10:26 PM IST

ନବରଙ୍ଗପୁରରେ ଉଦଯାପିତ ହେଲା ସଡକ ସୁରକ୍ଷା ସପ୍ତାହ
ନବରଙ୍ଗପୁରରେ ଉଦଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

Road Safety Week : ନବରଙ୍ଗପୁର ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ପ୍ରୟାଶ । ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ । ଜାନୁଆରୀ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ସାରା ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହା ଆରମ୍ଭ ହୋଇଥିବା ବେଳେ ଆଜି ଏହା ଉଦଯାପିତ ହୋଇଛି । ଏହି ଅବସରରେ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ନବରଙ୍ଗପୁର ସହରର ସଦାଶିବ ପାର୍କଠାରୁ ମୋଟର ସାଇକେଲ ରାଲି ସହିତ ସଚେତନତା ରାଲି ବାହାରି ସହର ପରିକ୍ରମା କରି ମାଝିଗୁଡ଼ା ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଯୋଗ ଦେଇଥିଲେ ।

ଅନ୍ୟପଟେ ସହରର କିଛି ବ୍ୟକ୍ତି ହେଲମେଟ ପିନ୍ଧି ରାସ୍ତାରେ ଯାଉଥିବାରୁ ସେମାନଙ୍କୁ ଗୋଲାପୀ ଫୁଲ ଓ ଚକୋଲେଟ ଦିଆଯାଇଥିଲା । ଏହାସହ ହେଲମେଟ ନ ପିନ୍ଧି ବାଇକ ଧରି ଯାଉଥିବା ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରିବା ସହ ଗୋଟିଏ ଗୋଟିଏ ହେଲମେଟ ପ୍ରଦାନ କରିଥିଲା ନବରଙ୍ଗପୁର ପୋଲିସ । ଏହା ଅବସରରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା କହିଛନ୍ତି ," ଆମର ସଡକ ଅଭିଯାନ ଏକ ସପ୍ତାହ ଧରି ଚାଲିଥିଲା । ଆଜି ହେଉଛି ଉଦଯାପନୀ ଉତ୍ସବ । ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ହେଲମେଟ ପିନ୍ଧି ଗାଡି ଚଳାନ୍ତୁ । ସଡକ ଦୁର୍ଘଟଣାରୁ ଦୂରରେ ରୁହନ୍ତୁ । ସଡକ ନିୟମ ପାଳନ କରନ୍ତୁ । "

ଏହା ମଧ୍ୟ ପଢନ୍ତୁ.....ସଡକ ସୁରକ୍ଷା ସପ୍ତାହ ପାଳନ, ରାହାଗିରି ଓ ପଥପ୍ରାନ୍ତ ନାଟକ ଦ୍ଵାରା ସଚେତନତା ଅଭିଯାନ

ସେଭଳି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି । ଏଥିରେ ସହର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବୃଦ୍ଧିଜୀବୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିବହନ ଅଧିକାରୀ କହିଛନ୍ତି ଯେ ଗାଡ଼ି ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା ସହିତ ସିଟ ବେଲ୍ଟ ବ୍ୟବହାର କରନ୍ତୁ । ଗାଡ଼ି ବ୍ୟବହାର କରିବା ସମୟରେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ ଓ ମଦ୍ୟପାନ କରି ଗାଡ଼ି ଚାଲନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି । ଏହା ସହ ପ୍ରତ୍ୟେକ ବ୍ଲକରେ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା । ଶିକ୍ଷକମାନଙ୍କଠାରୁ ସଡକ ସୁରକ୍ଷା ପାଇଁ ପରାମର୍ଶ ନିଆଯାଇଛି । ଆଗାମୀ ଦିନରେ ସହରକୁ ଦୁର୍ଘଟଣା ମୁକ୍ତ କରାଯିବ ପାଇଁ ପ୍ରୟାସ କରାଯାଉଛି ।



ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.