ETV Bharat / state

ବିଡିଓ ସାଜିଲେ ରାଜମିସ୍ତ୍ରୀ, ସାଉଁଟିଲେ ପ୍ରଶଂସା

author img

By

Published : Mar 14, 2021, 10:54 PM IST

rajmistry work by jharigam BDO  in nabarangpur district
ବିଡିଓ ସାଜିଲେ ରାଜମିସ୍ତ୍ରୀ, ସାଉଁଟିଲେ ପ୍ରଶଂସା

ଆବାସ ଗୃହ ତଦାରଖ କରିବାକୁ ଯାଇ ରାଜମିସ୍ତ୍ରୀ କାମ କଲେ ଝରିଗାଁ ବିଡିଓ । ସେ ରାଜମସ୍ତ୍ରୀଙ୍କ ଭଳି ଇଟା ଓ ସିମେଣ୍ଟ ନେଇ କାନ୍ଥ କାର୍ଯ୍ୟ କରୁଛନ୍ତି । ବିଡିଓ ଏ ଭଳି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଅଧିକାରୀ ବନିଲେ ରାଜମିସ୍ତ୍ରୀ । ଏ ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାମ ତଦାରଖ କରିବାକୁ ଯାଇଥିବା ସ୍ଥାନୀୟ ବିଡିଓ ନିଜେ ଯନ୍ତ୍ରପାତି ଧରି ରାଜମିସ୍ତ୍ରୀ କାମ କରିଛନ୍ତି ।

ବିଡିଓ ସାଜିଲେ ରାଜମିସ୍ତ୍ରୀ, ସାଉଁଟିଲେ ପ୍ରଶଂସା

ସୂଚନା ଅନୁଯାୟୀ ଝରିଗାଁ ବ୍ଲକରେ ଆବାସ ଯୋଜନା ମନ୍ଥର ଗତିରେ ଚାଲିଥିବା ବେଳେ ଏହାର ତଦାରଖ ପାଇଁ ଝରିଗାଁ ବିଡ଼ିଓ ପ୍ରଶାନ୍ତ କୁମାର ରାଉତ ଝରିଗାଁ ବ୍ଲକର ପାଲିଆପଞ୍ଚାୟତ ଗସ୍ତ କରିଥିଲେ । ସେ ପାଲିଆ ପଞ୍ଚାୟତର ସଦର ମହାକୁମାର ହୀରାବତୀ ଗୌଡଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଦେଖିବାକୁ ଯାଇଥିଲେ । ସେଠାରେ ଗୃହ କାମ ଚାଲିଥିବା ବେଳେ ବିଡିଓ କୌଣସି ସଂକୋଚ ନ କରି ହିତାଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ନିଜେ କାର୍ଯ୍ୟ କରିଥିଲେ । ନିର୍ମାଣ କାମ ଠିକ ସମୟରେ ସାରିବା ପାଇଁ ନିଜେ କରଣୀ ଧରି ମିସ୍ତ୍ରୀ କାମ କରିଥିଲେ । ସେ ଆବାସ ନିର୍ମାଣରେ ନିୟୋଜିତ ଥିବା ମିସ୍ତ୍ରୀଙ୍କୁ ଠିକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବା ସହ କାମ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବାକୁ ମଧ୍ୟ ତାଗିଦ କରିଥିଲେ । ସେପଟେ ବିଡିଓଙ୍କ ଏଭଳି କାମକୁ ସାଧାରଣରେ ପ୍ରଶଂସା କରିବା ସହ ଆବାସ ଯୋଜନା ଝରିଗାଁ ବ୍ଲକରେ ଆଗେଇବାରେ ସହାୟକ ହେବ ବୋଲି ଆଲୋଚନା ଜୋର ଧରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.