ETV Bharat / state

Farmer Suicide: ଉଜୁଡିଲା କୋବି ଚାଷ, ଆତ୍ମହତ୍ୟା କଲେ ଚାଷୀ

author img

By

Published : Nov 22, 2021, 4:14 PM IST

ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା କଲେ ଚାଷୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଛତାବେଡା (ଡିଏନକେ) ଗାଁରେ । ଅଧିକ ପଢନ୍ତୁ

Farmer Suicide: ଉଜୁଡିଲା କୋବି ଚାଷ ,ଆତ୍ମହତ୍ୟା କଲେ ଚାଷୀ
Farmer Suicide: ଉଜୁଡିଲା କୋବି ଚାଷ ,ଆତ୍ମହତ୍ୟା କଲେ ଚାଷୀ

ନବରଙ୍ଗପୁର : ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା କଲେ ଚାଷୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଛତାବେଡା (ଡିଏନକେ) ଗାଁର ବିଭୂତି ସରକାର । ଯାହାକୁ ନେଇ ପୁରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଛତାବେଡା (ଡିଏନକେ) ଗାଁର ବିଭୂତି ସରକାର । ଚଳିତ ବର୍ଷ ଫୁଲକୋବିର ଚାହିଦା ଦେଖି ନିଜ ଜମିରେ ଗୋଟିଏ ଏକର ଫୁଲକୋବି ଚାଷ କରିଥିଲେ । ଲଘୁଚାପ ବର୍ଷା ଓ କୋହଲା ପାଗ ଯୋଗୁଁ ଫସଲରେ ପୋକ ଲାଗି ଯାଇଥିଲା । ଯାହାକୁ ନେଇ ଭାଙ୍ଗି ପଡିଥିଲେ ସେ ।

Farmer Suicide: ଉଜୁଡିଲା କୋବି ଚାଷ ,ଆତ୍ମହତ୍ୟା କଲେ ଚାଷୀ

ଶେଷରେ ବିଭୂତି ନିଜ ଚାଷ ଜମି ନିକଟରେ ଥିବା ଏକ ଗଛରେ ବେକରେ ଦଉଡି ଦେଇ ଦେଇଥିଲେ । ଆଖପାଖ ଚାଷ ଜମିରେ ଥିବା କିଛି ଲୋକ ବିଭୂତିଙ୍କୁ ଝୁଲନ୍ତା ଅବସ୍ଥାରେ ଛଟପଟ ହେଉଥିବା ଦେଖି ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇଘର ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲ୍ ପହଞ୍ଚିବା ମାତ୍ରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୂତିଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅପରପକ୍ଷରେ ଏହି ଫୁଲକୋବି ଚାଷ ପାଇଁ ବିଭୂତି କିଛି ଘରୋଇ ଗ୍ରୁପ ଗୁଡ଼ିକରୁ ଋଣ ନେଇଥିଲେ । ଏହାସହିତ କିଛି ସାହୁକାରଙ୍କ ଠାରୁ ମଧ୍ୟ ହାତ ଉଧାରି କିଛି ଟଙ୍କା ମଧ୍ୟ ଆଣିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.