ETV Bharat / state

ନବରଙ୍ଗପୁରରେ ହାତୀପଲ ଆତଙ୍କ, ଛାନିଆ ସୀମାନ୍ତ ଗାଁ ଲୋକେ

author img

By

Published : Apr 11, 2023, 12:46 PM IST

ନବରଙ୍ଗପୁରରେ ହାତୀପଲ ଆତଙ୍କ
ନବରଙ୍ଗପୁରରେ ହାତୀପଲ ଆତଙ୍କ

୫୦ ଟିକିଆ ହାତୀପଲଙ୍କ ଗିତିବିଧିକୁ ନେଇ ଆତଙ୍କିତ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଗାଁ ଲୋକେ । ଲୋକଙ୍କୁ ସଚେତନ କରିବା ସହ ପହରା ଦେଉଛି ବନ ବିଭାଗ ଟିମ୍ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ହାତୀପଲ ଆତଙ୍କ

ନବରଙ୍ଗପୁର: ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ଥିବା ଉଦନ୍ତୀ ସିତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ୫୦ରୁ ଅଧିକ ହାତୀ ରାସ୍ତା ପାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଦଳରେ ୫୦ରୁ ଅଧିକ ହାତୀ ଥିବା ଅନୁମାନ କରାଯାଇଥିଲା । ଗତ ଶନିବାର ସନ୍ଧ୍ୟାରେ ଏହି ହାତୀପଲ ରାୟପୁର-ରାଇଘର ରାସ୍ତା ପାରି ହୋଇଛନ୍ତି । ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟର ହାତୀପଲ ଗତ ୨ ବର୍ଷ ହେଲା ରାଇଘର ଅଞ୍ଚଳରେ ପଶି ଉପଦ୍ରବ କରୁଛନ୍ତି । କେତେବେଳେ ଫସଲ ଖାଇ ଯାଉଛନ୍ତି ତ ଆଉ କେତେବେଳେ ଫସଲ ଜଗିବା ପାଇଁ ରହିଥିବା ଭାଡି ଭାଙ୍ଗି ନଷ୍ଟ କରୁଛନ୍ତି । ଗତବର୍ଷ ଡିସେମ୍ବର ୨୪ ତାରିଖରେ ରାଇଘର ବ୍ଲକ ହାଟଭରଣ୍ଡି ପଞ୍ଚାୟତର ସିଉନାପାଲି ଗ୍ରାମରେ ପଶି ତେଜୁ ଗଣ୍ଡ ନାମକ ବ୍ୟକ୍ତିଙ୍କୁ ଦଳି ମାରି ଦେଇଥିଲେ ହାତୀପଲ ।

ହାତୀ ଓ ମଣିଷଙ୍କ ସୁରକ୍ଷା ଲାଗି ବନ କର୍ମଚାରୀ ଏବଂ ବନ୍ୟପ୍ରାଣୀ ସଂରକ୍ଷକ ଟିମ୍ ଦିନରାତି ପ୍ରହରା ଦେଉଛନ୍ତି । ଛତିଶଗଡ ବନ ବିଭାଗ ଅନୁଯାୟୀ ହାତୀପଲ ବର୍ତ୍ତମାନ କରୀପାନି ନିକଟରେ ଅଛନ୍ତି ଯାହାକି ଓଡ଼ିଶା ସୀମା ଠାରୁ ପ୍ରାୟ ୧୨ କିଲୋମିଟର ଦୂର ହେବ । ବନ ବିଭାଗ କହିବା ମୁତାବକ, ସୀମାନ୍ତରେ ଦେଖାଯାଇଥିବା ୫୦ ଟିକିଆ ହାତୀପଲ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସୀମା ମଧ୍ୟକୁ ପ୍ରବେଶ କରି ନାହାନ୍ତି । ଶନିବାର ରାତିରେ ଛତିଶଗଡର ବୁଡରା ଓ କରୀପାନି ନିକଟରେ ରହିଥିବା ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଏକାବରି ଅନ୍ତର୍ଗତ କରୀପାନି ନିକଟରେ ଅଛନ୍ତି । ବିଭାଗ ପକ୍ଷରୁ ଚାରୋଟି ଟିମ୍ କରାଯାଇ ପ୍ରତିଦିନ ପ୍ରହରା ଦିଆଯିବା ସହ ଲୋକଙ୍କୁ ସଚେତନ କରାଯାଉଛି ।

ସୀମାନ୍ତ ଗ୍ରାମଗୁଡ଼ିକର ଲୋକମାନେ ମଧ୍ୟ ସଚେତନ ଥିବା ପ୍ରକାଶ କରିଛନ୍ତି । ହାତୀ ଆସିବା ସୂଚନା ପାଇଲେ ଗ୍ରାମବାସୀମାନେ ବନ ବିଭାଗକୁ ଜଣାଇବା, ବାଜା ବଜାଇବା, ନିଆ ହୁଳା ଦେଖାଇବା, ହାତୀଙ୍କୁ କୌଣସି ପ୍ରକାର କ୍ଷତି ନ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ବନ ବିଭାଗ ଅନୁଯାୟୀ ହାତୀ ଗୋଟିଏ ରାତିରେ ଖାଦ୍ୟ ଅନ୍ୱେଷଣରେ ୩୦ କିଲୋମିଟର ପର୍ଯ୍ୟନ୍ତ ବୁଲି ପାରିବେ । ତେଣୁ କେତେବେଳେ ହାତୀ ଓଡ଼ିଶା ସୀମାକୁ ପ୍ରବେଶ କରିବେ ଆକଳନ କରିବା ମୁସ୍କିଲ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ହାତୀ ପଲ ଖାଦ୍ୟ ଓ ପାନୀୟ ଜଳ ସୁବିଧା ସ୍ଥାନରେ ଅଛନ୍ତି । ସେଥିପାଇଁ କିଛି ଦିନ ସେହି ସ୍ଥାନରେ ରହିବା ସମ୍ଭାବନା ଅଛି ବୋଲି ଛତିଶଗଡ ଓ ଓଡ଼ିଶାର ବନ କର୍ମଚାରୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.