ETV Bharat / state

ବାତ୍ୟା 'ଗୁଲାବ'ର ପ୍ରଭାବ: ଉଜାଡିଲା ୨୦୦ ଏକର ଜମିର ମକା ଫସଲ, କାନ୍ଦୁଛି ଚାଷୀ

author img

By

Published : Sep 28, 2021, 5:19 PM IST

ବାତ୍ୟା 'ଗୁଲାବ' ଉଜାଡିଲା ମକା ଫସଲ: ଚିନ୍ତାରେ ଚାଷୀ
ବାତ୍ୟା 'ଗୁଲାବ' ଉଜାଡିଲା ମକା ଫସଲ: ଚିନ୍ତାରେ ଚାଷୀ

ବାତ୍ୟା ଗୁଲାବ ପ୍ରଭାବରେ ନଷ୍ଟ ହୋଇଛି ଜିଲ୍ଲାର ମକା ଫସଲ । ପୂର୍ବରୁ ବର୍ଷାକୁ ନେଇ ଚିନ୍ତାରେ ରହିଥିବାବେଳେ ଏବେ ଫସଲ ଉଜୁଡିବା ଯୋଗୁଁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜିଲ୍ଲାର ମକା ଚାଷୀ । ଅଧିକ ପଢନ୍ତୁ...

ନବରଙ୍ଗପୁର: ଅମଳ ସମୟରେ ମାଟିରେ ମିଶିଲା ମକା ଫସଲ । ବର୍ଷକ ଯାକର କଷ୍ଟକୁ ଉଜାଡି ଦେଇଛି ବାତ୍ୟା ଗୁଲାବ । ତେବେ ଉଜୁଡା ଚାଷକୁ ନେଇ ଏବେ ଚିନ୍ତାରେ ଜିଲ୍ଲାର ଚାଷୀ । ବିଭିନ୍ନ ଧାର କରଜ କରି ଚାଷ କରିଥିବାବେଳେ ଏହାକୁ ନେଇ ଏବେ ଦେଖାଦେଇଛି ନାନାଦି ସମସ୍ୟା । ବାତ୍ୟା "ଗୁଲାବ"ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ଅଧିକ ବର୍ଷା ପବନ ହୋଇନଥିବାବେଳେ ପାପଡାହାଣ୍ଡି ବ୍ଲକ ନୂଆକୋଟ ଓ କଣ୍ଟାମାଳ ପଞ୍ଚାୟତରେ ବ୍ୟାପକ ମକା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଉଭୟ ପଞ୍ଚାୟତର ପ୍ରାୟ ୨୦୦ ଏକର ଜମିରେ ମକା ଫସଲ ନଷ୍ଟ ହୋଇଥିବା ଜଣାପଡିଛି ।

ବାତ୍ୟା 'ଗୁଲାବ' ଉଜାଡିଲା ମକା ଫସଲ: ଚିନ୍ତାରେ ଚାଷୀ

ସେପଟେ ରବିବାର ସନ୍ଧ୍ୟା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ଆଉ ରାତି ତମାମ ଗୁଲାବ ବାତ୍ୟାର ପ୍ରକୋପ ଜାରି ରହିଥଲା । ତେବେ ପ୍ରବଳ ମାତ୍ରାରେ ପବନ ବୋହିବା ଯୋଗୁଁ ବହୁ ଅଞ୍ଚଳର ମକା ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ମକା ଗଛରେ ମକା ହୋଇଥିବା ସମୟରେ ଆଉ କିଛି ଦିନ ଗଲେ ଅମଳ ହୋଇଥାନ୍ତା । ତେବେ ଗଛ ଭାଙ୍ଗିଯିବା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଆଉ ଏହି ମକା ଗଛରୁ ଅମଳ ହେବା ଶୂନ ହୋଇପଡିଛି । ଚଳିତ ବର୍ଷ ଚାଷୀ ଧାର କରଜ କରି ଚାଷ କରିଥିବା ବେଳେ ପ୍ରାରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ବର୍ଷ ମକା ଭଲ ହୋଇଥିଲା । କିନ୍ତୁ ଠିକ ସମୟରେ ବାତ୍ୟା ପ୍ରଭାବରେ ମକା ଫସଲ ନଷ୍ଟକୁ ହେବା ଯୋଗୁଁ ଏବେ ଚାଷୀ ଚିନ୍ତିତ ହୋଇପଡିଛନ୍ତି । ତେବେ ଚାଷୀମାନେ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ପାଇଁ ଅନୁରୋଧ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.