ETV Bharat / state

ଚୋରି ଅଭିଯୋଗରେ ନାବାଳକ ଅଟକ, ଜଣେ ସୁନା ଦୋକାନୀ ଗିରଫ

author img

By ETV Bharat Odisha Team

Published : Aug 29, 2023, 7:18 AM IST

ଘରେ କେହି ନ ଥିବା ସୁଯୋଗ ନେଇ ଚୋରି କରିଥିବା ଅଭିଯୋଗରେ ନାବାଳକ ଅଟକ । ପୋଲିସ ଚୋରି ସୁନା ଜବତ କରିବା ସହ ଜଣେ ସୁନା ଦୋକାନୀକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଚୋରି ଅଭିଯୋଗରେ ନାବାଳକ ଅଟକ,ଜଣେ ସୁନା ଦୋକାନୀ ଗିରଫ
ଚୋରି ଅଭିଯୋଗରେ ନାବାଳକ ଅଟକ,ଜଣେ ସୁନା ଦୋକାନୀ ଗିରଫ

ଚୋରି ଅଭିଯୋଗରେ ନାବାଳକ ଅଟକ,ଜଣେ ସୁନା ଦୋକାନୀ ଗିରଫ

ନବରଙ୍ଗପୁର: ଘରେ କେହି ନ ଥିବା ସୁଯୋଗ ନେଇ ଚୋରି କରିଥିବା ଅଭିଯୋଗରେ ନାବାଳକ ଅଟକ । ପୋଲିସ ଚୋରି ସୁନା ଜବତ କରିବା ସହ ଜଣେ ସୁନା ଦୋକାନୀଙ୍କୁ ଗିରଫ କରିଛି । ଏନେଇ ପୋଲିସ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଅତିରିକ୍ତ ଏସ୍‌ପି । ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ନବରଙ୍ଗପୁର ଇଚ୍ଛାବତୀ ଗୁଡା ସାହିର ପ୍ରଦୀପ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଚୋରି ହୋଇଥିବାର ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ଗତ ୧୩ ତାରିଖରେ ପ୍ରଦୀପଙ୍କ ପରିବାର ଘରେ ତାଲା ଦେଇ ପୁରୀ ଯାଇଥିଲେ ।ସେମାନେ ୧୬ ତାରିଖରେ ଘରକୁ ଫେରିଥିଲେ । ଏହି ସମୟରେ ତାଙ୍କ ଘର ମୁଖ୍ୟ କବାଟର ତାଲା ଭଙ୍ଗା ଯାଇ ୩୦ ହଜାର ଟଙ୍କା ସହ ଘର ବିଭିନ୍ନ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ କରି ଘଟଣାରେ ଜଡ଼ିତ ଜଣେ ନାବାଳକକୁ ଅଟକ ରଖିଛି । ନାବାଳକ ଜଣକ ଘରୁ ଚୋରି କରିଥିବା ସ୍ବିକାର କରିଥିବା ପୋଲିସ ସୂଚନା ଦେଇଛି । ନାବାଳକକୁ ଜଣକ ଏହି ଚୋରି ସୁନା ଅଳଙ୍କାରକୁ ଜଣେ ସୁନା ଦୋକାନୀକୁ ବିକ୍ରି କରିଥିବା କହିଛି ।

ଏହା ମଧ୍ୟ ପଢନ୍ତୁ.....ମେଡିକାଲ ପରିସରରୁ ଚୋରି ହେଉଛି ବାଇକ, ପୋଲିସ ନିରବ ଦ୍ରଷ୍ଟା

ଏଥି ସହିତ ନାବାଳକର ସୂଚନା ଆଧାରରେ ଚୋରି ଅଳଙ୍କାରକୁ କିଣି ଥିବା ରାୟଗଡା ଅଞ୍ଚଳର ପି. ନାଗେଶ୍ୱର ନାମକ ବ୍ୟକ୍ତିକୁ ଗିରଫ କରିଛି ଏବଂ ତା ନିକଟରୁ ସମୁଦାୟ ପ୍ରାୟ ୩୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଓ ୧.୩୦୦ କିଲୋଗ୍ରାମ ଓଜନର ରୂପା ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନାବାଳକକୁ ବାଳ ସୁଧାର ଗୃହକୁ ପଠାଯିବ ବୋଲି ଏଏସ୍ପି ସୂଚନା ଦେଇଛନ୍ତି ।

ପୂର୍ବରୁ ଭଦ୍ରକ ପୋଲିସକୁ ମିଳିଥିଲା ବଡ଼ ସଫଳତା । ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ଚୋରି କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ 25 ଗ୍ରାମ ସୁନା ଅଳଙ୍କାର ଓ 1 କେଜି ରୁପା ଅଳଙ୍କାର ଜବତ କରିଥିଲା ପୋଲିସ । ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ନଙ୍ଗା ମହଲାର ସେକ୍‌ ଆସିକୁର ରହେମାନଙ୍କ ଘରୁ ଦୁର୍ବୃତ୍ତମାନେ ଗତ 7 ତାରିଖ ରାତିରେ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲେ।

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.