ମେଡିକାଲ ପରିସରରୁ ଚୋରି ହେଉଛି ବାଇକ, ପୋଲିସ ନିରବ ଦ୍ରଷ୍ଟା

By ETV Bharat Odisha Team

Published : Aug 25, 2023, 7:39 PM IST

thumbnail

ବାଲେଶ୍ଵର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ଚୋରଙ୍କ ଆଡ୍ଡା ସ୍ଥଳ । କେତେବେଳେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ମୋବାଇଲ ଚୋରି ତ ଆଉ କେତେବେଳେ ଗାଡି ଚୋର ଦିନକି ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଜଣେ ସମାଜସେବୀ ଦୈନିକ ମେଡିକାଲ ରୋଗୀସେବା ପାଇଁ ଯାଉଥିବା ବେଳେ ତାଙ୍କ ଗାଡି ମଧ୍ୟ ଚୋରମାନେ ଚୋରି କରିନେଇଯାଇଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ପିନ୍ସ ଆରୟାନ ନାମକ ଜଣେ ଯୁବକ ପ୍ରତିଦିନ ମେଡିକାଲକୁ ରୋଗୀମାନଙ୍କ ସେବା ପାଇଁ ଯାଇଥାନ୍ତି । ଗତ ଦୁଇଦିନ ତଳେ ସେ ବାଇକଟି ସିଟି ସ୍କାନ୍‌ ବିଭାଗ ଆଗରେ ଥିବା ପାର୍କିଂରେ ରଖି ଭିତରକୁ ଜଣେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ । ରୋଗୀଙ୍କ ପାଖରୁ ଫେରିବା ପରେ ସେ ଦେଖିଲେ ,ଯେ ତାଙ୍କ ବାଇକ ଆଉ ସେଠାରେ ନାହିଁ । ଏହାପରେ ସେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ସିସିଟିଭି ଯାଞ୍ଚ କରାଯାଇଥଲା । ମାତ୍ର ମେଡିକାଲରେ ଲାଗିଥିବା ସିସିଟିଭି ଅଚଳ କାରଣରୁ ଚୋରମାନଙ୍କ ଗତିବିଧି ଯାଞ୍ଚ କରାଯାଇ ପାରି ନଥିଲା ।ଏହା ପରେ ସେ ବାଇକ ଚୋରି ବାବଦରେ ଅନଲାଇନ ମାଧ୍ୟମରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ସହରରେ ବଢୁଛି ଅପରାଧ, ଜୁଲାଇରେ 77ଟି ମାମଲା ରୁଜୁ

ଏହି ଘଟଣାକୁ ନେଇ ମେଡିକାଲ ଫାଣ୍ଡି କିମ୍ବା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଯାହା ଦ୍ବରା ପ୍ରତିଦିନ କେହି ନା କେହି ନିଜର ଗାଡ଼ି, ସାଇକେଲ୍, ମୋବାଇଲ୍ ହରାଉଛନ୍ତି । ବାରମ୍ବାର ଅଭିଯୋଗ ପରେ କିଛିଦିନ ଚୋରଙ୍କ ଉପରେ କଡ଼ା ନଜର ରଖି ସେମାନଙ୍କୁ କାବୁ କରି ପୁଲିସ୍‌ରେ ଜିମା ଦିଆଯାଉଥିଲା । ମାତ୍ର ପୁଣି ଥରେ ଚୋରମାନଙ୍କ ପାର୍ଦୃଭାବ ବଢିିବାରେ ଲାଗିଛି । ଡାକ୍ତରଖାନାରେ ୧୦୦ରୁ ଅଧିକ କ୍ୟାମେରା ଲଗାଯାଇଛି । ହେଲେ ୪ରୁ ୫ ମାସ ହେବ ୨ଟି ମେସିନ୍ ପୋଡ଼ିଯାଇଥିବାରୁ କ୍ୟାମେରା ଅଚଳ ହୋଇଯାଇଛି । ଗୋଟିଏ ପଟେ ପୋଲିସ ପ୍ରଶାସନ ସହଯୋଗ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଉଥିବା ବେଳେ ଚୋର ଏହାକୁ ଖାତିର କରୁନଥିବା ପ୍ରତୀତ ହେଉଛି  । 

ଇଚିଭି ଭାରତ,ବାଲେଶ୍ଵର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.