ETV Bharat / state

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

author img

By

Published : Aug 21, 2021, 6:42 AM IST

ଦୀର୍ଘ ୫ ବର୍ଷ ତଳର ହତ୍ୟାକାଣ୍ଡ ଘଟଣାରେ ପଡିଲା ପୂର୍ଣ୍ଣଚ୍ଛେଦ । ଅଭିଯୁକ୍ତ ସ୍ବାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ
ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର: ହତ୍ୟାକାରୀକୁ ଆଜୀବନ ଜେଲ୍ । ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ । ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ଆସାମୀ ଏକ୍ସପ୍ରେସ ସିଂଙ୍କୁ ଆଜୀବନ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

ଏହି ରାୟ ପ୍ରକାଶ ପାଇବା ପରେ ଆସାମୀ ଏକ୍ସପ୍ରେସ ସିଂକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଥିବା ସୂଚନାରୁ ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାଘୁଆ ଗ୍ରାମରେ ୨୦୧୬ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ଏକ୍ସପ୍ରେସ ସିଂ ନିଜ ପତ୍ନୀ ଗୌରି ସିଂର ଚରିତ୍ରକୁ ସନ୍ଦେହ କରି ଏକ ଶାଢ଼ୀ ସାହାଯ୍ୟରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ନିଜ ଘରେ ଶାଢ଼ୀ ସାହାଯ୍ୟରେ ତା ସ୍ତ୍ରୀକୁ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ।

ଆଉ ଏନେଇ ୨୦୧୬ ମସିହା ଅଗଷ୍ଟ ମାସରେ ମୃତ ଗୌରୀ ସିଂଙ୍କ ବାପଘର ଲୋକେ ତିରିଂ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ତିରିଂ ଥାନା ପୋଲିସ ଘଟଣାର ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ସ୍ବାମୀ ଏକ୍ସପ୍ରେସ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମାଟିକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିବା ନେଇ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.