ETV Bharat / state

ଖସୁଛି ପାରଦ ବଢୁଛି ଥଣ୍ଡା, 10 ଡିଗ୍ରୀ ତଳେ ରାଜ୍ୟର 7 ସହର

author img

By ETV Bharat Odisha Team

Published : Dec 15, 2023, 7:05 PM IST

Odisha weather update: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଅନୁଭୂତ ହେଉଛି । ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଲଗାତାର ତାପମାତ୍ରା କମିବାରେ ଲାଗିଛି । ଅଧିକ ପଢ଼ନ୍ତୁ

10 ଡିଗ୍ରୀ ତଳେ ରାଜ୍ୟର 7 ସହର
10 ଡିଗ୍ରୀ ତଳେ ରାଜ୍ୟର 7 ସହର

10 ଡିଗ୍ରୀ ତଳେ ରାଜ୍ୟର 7 ସହର

ଭୁବନେଶ୍ବର/ରାଇରଙ୍ଗପୁର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଅନୁଭୂତ ହେଉଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସ୍ୱାଭାବିକ ଠାରୁ ଅଧିକ ଶୀତ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୫ ଡଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ସେହିପରି ଉପକୂଳ ଓଡ଼ିଶାରେ ୧୩ ରୁ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ଶୀତ ଅନୁଭବ ହେଉଛି ।

ସବୁଠି ଅସହ୍ୟ ଜାଡ଼ରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ୭ ସହରରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଛି । ଏହି କ୍ରମରେ ରାଜ୍ୟରେ ଜି. ଉଦୟଗିରିରେ ସର୍ବନିମ୍ନ ୭.୫ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୮.୫ ଡିଗ୍ରୀ, କୋରେଇ ୮.୭, ସିମିଳିଗୁଡା ୮.୭, ଦାରିଙ୍ଗିବାଡ଼ି ୯.୭, କୋରାପୁଟ ୯.୬ ଓ ରାଉରକେଲାରେ ୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ 15 ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଛି । କେନ୍ଦୁଝର ୧୦.୪, ସୁନ୍ଦରଗଡ ୧୦.୫, ଅନୁଗୋଳ ୧୦.୬ ଓ ଝାରସୁଗୁଡା ୧୦.୮ ରେକର୍ଡ ହୋଇଛି ।

ସେହିପରି କଟକରେ ୧୪.୫ ଭୁବନେଶ୍ୱର ୧୫.୩ ତାପମାତ୍ରା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ କୋରାପୁଟ, ସୁନ୍ଦରଗଡ ଓ କନ୍ଧମାଳରେ କୁହୁଡି ଅନୁଭୂତ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କଳାହାଣ୍ଡି ଝାରସୁଗୁଡା, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡି ଦେଖିବାକୁ ମିଳିବ । ରାତିରେ ଶୀତ ସହ ସକାଳେ କୁହୁଡିର ଅନୁଭବ କରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ସେଭଳି କିଛି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ତାପମାତ୍ରା ସ୍ୱାଭାବିକ ୭ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ........ତାପମାତ୍ରାରେ ସାମାନ୍ୟ ହ୍ରାସ, ୧୬ ଯାଏଁ ଥରିବ ଓଡିଶା

ସେପଟେ ଶୀତର ପ୍ରକୋପରେ ଥରୁଛି ସାରା ମୟୂରଭଞ୍ଜ ଜିଲ୍ଲା । ଶୀତ ଯୋଗୁଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଗୁରଗୁଡିଆ ୮ ଡିଗ୍ରୀ, କିୟାଝରୀ ୧୧ଡିଗ୍ରୀ, ଚହଲା ୫ ଡିଗ୍ରୀ, ବରେହିପାଣି ୧୦ ଡିଗ୍ରୀ, ନଓଣା ୭ ଡିଗ୍ରୀ ରହିଥିବା ବେଳେ ଉପର ବରାକାମୁଡ଼ାର ତାପମାତ୍ରା ସର୍ବନିମ୍ନ ୦୩ ଡିଗ୍ରୀ ରହିଅଛି । ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି । ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ଗତକାଲି ଠାରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦାରେ ପ୍ରବଳ ଶୀତ ଲାଗି ରହିଛି ।ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ପ୍ରକୋପରୁ ଉପଶମ ଲାଭ କରୁଥିବା ବେଳେ ଯୁବ ବର୍ଗ ବ୍ୟାୟାମ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟ ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକରୁ ଅଧିକ ରହୁଥିବାର ଜଣା ପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର/ ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.