ETV Bharat / state

ତାପମାତ୍ରାରେ ସାମାନ୍ୟ ହ୍ରାସ, ୧୬ ଯାଏଁ ଥରିବ ଓଡିଶା

author img

By ETV Bharat Odisha Team

Published : Dec 14, 2023, 7:04 PM IST

ତାପମାତ୍ରରେ ସାମାନ୍ୟ ହ୍ରାସ ପାଇଛି , ୧୬ ଯାଏଁ ଲାଗି ରହିବ ଶୀତ
ତାପମାତ୍ରରେ ସାମାନ୍ୟ ହ୍ରାସ ପାଇଛି , ୧୬ ଯାଏଁ ଲାଗି ରହିବ ଶୀତ

Weather update: ଆଗାମୀ ୫ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ୧୬ ତାରିଖ ଯାଏଁ ଶୀତ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ । ଅଧିକ ପଢ଼ନ୍ତୁ

ତାପମାତ୍ରରେ ସାମାନ୍ୟ ହ୍ରାସ ପାଇଛି , ୧୬ ଯାଏଁ ଲାଗି ରହିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତର ସମ୍ଭାବନା ବଢିଥିବା ବେଳେ ପାଗ ଶୁଖିଲା ରହିଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହୋଇନଥିବା ବେଳେ ବର୍ତ୍ତମାନ ସ୍ୱାଭାବିକ ଠାରୁ ୨ରୁ ୩ ପ୍ରତିଶତ ତାପମାତ୍ରା କମ୍ ରହିଛି । ଏହି କ୍ରମରେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର,ଅନୁଗୋଳ,ଢେଙ୍କାନାଳ ,ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ କୁହୁଡିର ଆସ୍ତରଣ ସହ ଶୀତର ସମ୍ଭାବନା ଅଧିକ ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ୧୬ ତାରିଖ ଯାଏଁ ଶୀତ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ।

ସେହିପରି ଗତ ୨୪ ଘଣ୍ଟାରେ ଶୁଖିଲା ପାଗ ରହିଥିବା ବେଳେ କଳାହାଣ୍ଡି,କୋରାପୁଟ,ସୁନ୍ଦରଗଡ, କନ୍ଧମାଳରେ କୁହୁଡି ଅନୁଭୂତ ହୋଇଛି । ଫୁଲବାଣୀ ଓ କୋରେଇରେ ରାଜ୍ୟର ସର୍ବନିମ୍ନ ୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡ଼ି ୯.୫ କେନ୍ଦୁଝର ୧୦.୦ କୋରାପୁଟ ୨୦.୪ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ୧୨ରୁ ୧୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୀତର ସମ୍ଭାବନା ଏହି ଅଞ୍ଚଳରେ ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ....ଜାଡ଼ରେ ଥରୁଛି ଓଡ଼ିଶା, ସପ୍ତାହେ ଯାଏଁ ନିସ୍ତାର ନାହିଁ

ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୭ ଭିତରେ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୫.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସ୍ୱାଭାବିକ ଠାରୁ ସାମାନ୍ୟ ତାପମାତ୍ର ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି । ଏହା ଛଡ଼ା ବାୟୁମଣ୍ଡଳରେ ଜଳୀୟବାଷ୍ପ ବିଶେଷ ନଥିବାରୁ ମଧ୍ୟ ଦିନ ବେଳା ତାତି ଏବଂ ରାତିରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ, କେଉଁ ସ୍ଥାନରେ କେତେ ରହିଛି ପାରଦ ନିମ୍ନରେ ଦିଆଗଲା । ଜି ଉଦୟଗିରିରେ ୭ ଡିଗ୍ରୀ ରହିଥିବା ବେଳେ, କୋରେଇ ୯ ଡିଗ୍ରୀ, ଫୁଲବାଣୀ ୯ ଡିଗ୍ରୀ , ଦାରିଙ୍ଗବାଡି ୯.୫ ଡିଗ୍ରୀ, କେନ୍ଦୁଝର ୧୦.୧ ଡିଗ୍ରୀ ,କୋରାପୁଟ ୧୦.୪ ଡିଗ୍ରୀ ,ସୁନ୍ଦରଗଡ଼ ୧୦.୬ ଡିଗ୍ରୀ ସମେତ ସେମିଳିଗୁଡାରେ ୧୦.୭ ଡିଗ୍ରୀ ତାପମାତ୍ରା ରହିଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟରେ ଶୀତ ଲହରୀ: ସବୁଠୁ ଥଣ୍ଡା ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.