ETV Bharat / state

ରାଜ୍ୟରେ ଶୀତ ଲହରୀ: ସବୁଠୁ ଥଣ୍ଡା ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ

author img

By ETV Bharat Odisha Team

Published : Dec 12, 2023, 7:51 PM IST

ରାଜ୍ୟରେ ଶୀତର ଲହରୀ: ସବୁଠୁ ଥଣ୍ଡା ସହର ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ
ରାଜ୍ୟରେ ଶୀତର ଲହରୀ: ସବୁଠୁ ଥଣ୍ଡା ସହର ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ

Cold wave in Odisha: ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ। ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । କୋରାପୁଟରେ ବଢ଼ିଛି ଜାଡ଼ । ୧୬ ତାରିଖ ଯାଏଁ ଜାରି ରହିବ ଶୀତର ପ୍ରକୋପ । ଅଧିକ ପଢ଼ନ୍ତୁ,

ରାଜ୍ୟରେ ଶୀତର ଲହରୀ: ସବୁଠୁ ଥଣ୍ଡା ସହର ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ବରର ପାରଦ। ରାଜ୍ୟରେ ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । ଦୁଇ ଦିନ ଧରି କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସେମିଳିଗୁଡ଼ା, ଦାମନ ଯୋଡ଼ି ଏବଂ ଦଶମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ପାଣିପାଗ ବିଶେଷଜ୍ଞଙ୍କ ମତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତର ପ୍ରଭାବ ।

ଏହା ମଧ୍ୟ ପଢ଼ନ୍ତୁ:ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ


କନ୍ଧମାଳ ଜିଲ୍ଲାରେ ମଧ୍ୟ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବର୍ତମାନ ୧୦ ଡିଗ୍ରୀ ତଳେ ରହିଛି । ଅଜି ସକାଳେ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଏବଂ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ, କେଉଁଝରରେ ୯.୪ ଡିଗ୍ରୀ ସେଲସିୟସ, ଜି. ଉଦଗିରିରେ ୭.୨ ଡିଗ୍ରୀ ସେଲସିୟସ, କୋରାପୁଟ ୧୧.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୧୪.୬ ଡିଗ୍ରୀ ସେଲସିୟସ । ଅର୍ଥାତ୍ ସ୍ଵାଭାବିକଠାରୁ ୧.୪ ଡିଗ୍ରୀ କମ୍ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଉପକୂଳରେ ୧୪ରୁ ୧୭ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଇଲାକାରେ ୧୧ରୁ ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି ତାପମାତ୍ରା । ବର୍ତ୍ତମାନ ରାଜ୍ୟର ରାତିର ତାପମାତ୍ରା ସ୍ଵାଭାବିକ ରହୁଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ୨ରୁ ୩ ଡିଗ୍ରୀ କମ ରହୁଛି । ଆସନ୍ତା ୭ ଦିନ ଯାଏଁ ପାଗ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ଯଥା କୋରାପୁଟ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ରେ ଦେଖା ଦେଇ ପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍. ବିଶ୍ବାସ ସୂଚନା ଦେଇଛନ୍ତି।

ଏହାମଧ୍ୟ ପଢ଼ନ୍ତୁ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶରେ ଉତ୍ସବ: ଜ୍ବାଇଁଙ୍କ ପାଇଁ ମିଠା ବାଣ୍ଟିଲେ ଶ୍ୱଶୁର


ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ସାମାନ୍ୟ ତାପମାତ୍ର ହ୍ରାସ ପାଇବ । ବର୍ତ୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହା ପ୍ରଭାବରେ ରାତିର ତାପମାତ୍ର ସାମାନ୍ୟ ହ୍ରାସ ପାଇଛି। ଏହାଛଡ଼ା ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବିଶେଷ ନଥିବାରୁ ଦିନ ବେଳେ ତାତି ଏବଂ ରାତିରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ରାଜ୍ୟରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ ରୁ ୧୦ ଡିଗ୍ରୀ ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ବର୍ଷା ଯୋଗୁଁ ବିଳମ୍ବରେ ଏବର୍ଷ ଶୀତ ଅନୁଭବ ହୋଇଥିବା ପାଣିପାଗ ବିଭାଗ ପକ୍ଛିଷରୁ କୁହାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.