ETV Bharat / bharat

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ

author img

By ETV Bharat Odisha Team

Published : Dec 12, 2023, 3:22 PM IST

Madhya Pradesh and Chhattisgarh: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଛତିଶଗଡ଼ରେ ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଦୁଇଟି ଯାକ ଶପଥ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ। ଅଧିକ ପଢ଼ନ୍ତୁ,

Etv Bharatମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ
Etvମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ Bharat

ଭୋପାଳ/ରାୟପୁର: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ଗଠନ ହେବ ନୂଆ ସରକାର । ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବିଷ୍ଣୁଦେଓ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ସରକାରର ଶପଥ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଛତିଶଗଡ଼ରେ ବିଷ୍ଣୁଦେଓ ସରକାରର ଶପଥ: ଆସନ୍ତାକାଲି (ଡିସେମ୍ବର 13) ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଷ୍ଣୁଦେଓଙ୍କ ସହିତ 13 ଜଣ ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ରାଜଧାନୀ ରାୟପୁରର ସାଇନ୍ସ କଲେଜରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ନ ୨ଟାରେ ବିଷ୍ଣୁଦେଓଙ୍କ ସରକାରର ଶପଥ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ଆସୁଥିବା ଅତିଥିମାନଙ୍କ ରହଣି ଏବଂ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଶପଥ ସମାରୋହ ସ୍ଥଳରେ ୧୦୦୦ରୁ ଅଧିକ ଯବାନ ମୁତୟନ ହେବେ । ଏହାସହ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ରହିବେ । ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହା ସାମିଲ ହେବା ଖବର, ପ୍ରସାରିତ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ସମାରୋହରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ଯ ଯୋଗଦେବାର କାର୍ଯ୍ଯକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:ରାଜସ୍ଥାନ ସିଏମ୍ ରେସ୍: ପ୍ରବୀଣ ନା ନବୀନ, ଦୌଡ଼ରେ ଆଉ ଜଣେ ମହିଳା ! ଆଜି ଘୋଷଣା

ମଧ୍ୟପ୍ରଦେଶରେ ମୋହନ ସରକାରର ଶପଥ: ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମଧ୍ୟପ୍ରଦେଶ ସରକାରର ଶପଥ ସମାରୋହ । ମୁଖମନ୍ତ୍ରୀ ମୋହନ ଯାଦବଙ୍କ ସମେତ ୧୨ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ପାଖାପାଖି ୧୦ରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଆଇପିଏସ ଅଞ୍ଜନୀଙ୍କ ଉପରୁ ହଟିଲା ନିଲମ୍ବନ: ତେଲେଙ୍ଗାନା ସରକାରଙ୍କୁ ଜଣାଇଲେ ନିର୍ବାଚନ କମିଶନ

ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେଉଥିବାରୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛି ଏସପିଜି ଟିମ୍ । ମୋତିଲାଲ ନେହେରୁ ଷ୍ଟାଡିୟମ ବାହାରେ ତିନିଟି ସ୍ବତନ୍ତ୍ର ହ୍ୟାଲିପେଡ୍ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ସ୍ବତନ୍ତ୍ର ବିମାନରେ ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପଟରରେ ଶପଥ ସମାରୋହ ସ୍ଥଳକୁ ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.