ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶରେ ଉତ୍ସବ: ଜ୍ବାଇଁଙ୍କ ପାଇଁ ମିଠା ବାଣ୍ଟିଲେ ଶ୍ୱଶୁର

By ETV Bharat Odisha Team

Published : Dec 12, 2023, 4:29 PM IST

thumbnail

ସୁଲତାନପୁର(ଉତ୍ତରପ୍ରଦେଶ): ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶରେ ସେଲିବ୍ରେସନ । ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ, ଉତ୍ତରପ୍ରଦେଶ ସୁଲତାନପୁରରେ ଶ୍ୱଶୁର ଘର ଲୋକେ ଉତ୍ସବ ମନାଇଛନ୍ତି ଉତ୍ସବ।  ମୋହନ ଯାଦବଙ୍କ ଶ୍ୱଶୁର ବ୍ରହ୍ମଦିନ ଯାଦବ ଏବଂ ପରିବାର ସଦସ୍ୟ ମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ମୋହନ ଯାଦବଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ଶଶୁରଙ୍କ ଖୁସି କହିଲେ ନସରେ । ସେ କହିଛନ୍ତି ଯେ,  ମୁଁ ବହୁତ ଖୁସି  ଅନୁଭବ କରୁଛି । ମୋହନ ଯାଦବ,  ସମାଜ ଏବଂ ରାଜ୍ୟବାସୀଙ୍କ ପାଇଁ ଭଳ କାମ କରନ୍ତୁ । ସେ ସୁସ୍ଥ ରହିବା ସହ ଅନ୍ୟମାନଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶଶୁର ବ୍ରହ୍ମଦିନ ।  ମୋହନ ଯାଦବଙ୍କୁ  ମଧ୍ୟପ୍ରଦେଶର ମୁଖମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି । ସେ ଆସନ୍ତାକାଲି (ବୁଧବାର) ରାଜ୍ୟର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.