ETV Bharat / state

ଭିଜିଲାନ୍ସ ପଞ୍ଝାରେ ଫାଣ୍ଡି ଅଧିକାରୀ

author img

By

Published : Jan 28, 2021, 7:29 AM IST

ଭିଜିଲାନ୍ସ ପଞ୍ଝାରେ ଫାଣ୍ଡି ଅଧିକାରୀ
ଭିଜିଲାନ୍ସ ପଞ୍ଝାରେ ଫାଣ୍ଡି ଅଧିକାରୀ

ମୟୂରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦାଦାବଟି ନେଉଥିବା ସମୟରେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ଭିଜିଲାନ୍ସ ପଞ୍ଝାରେ ଫାଣ୍ଡି ଅଧିକାରୀ। ଆଇନ ରକ୍ଷକ ହାତରେ ପଡିଲା ହାତକଡି। ଦାଦାବଟି ନେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରିଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ପଞ୍ଝାରେ ଫାଣ୍ଡି ଅଧିକାରୀ

ସୂଚନା ଅନୁଯାୟୀ, ସତ୍ୟବାନ ଗିରି(ASI) ଝରାଡିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କ ପାଖରୁ ବିଭିନ୍ନ ସମୟରେ ଧମକ ଦେଇ ଅର୍ଥ ଆଦାୟ କରୁଥିଲେ। ବ୍ୟବସାୟୀ ଜଣଙ୍କ ପୁଲିସ ବାବୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ।

ସମ୍ପୃକ୍ତ ପୋଲିସ ବାବୁଙ୍କ ଦାବି ମୁତାବକ 9 ହଜାର ଟଙ୍କା ଦାଦାବଟି ନେଉଥିବା ଅବସ୍ଥାରେ ଭିଜିଲାନ୍ସ ଟିମ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଫାଣ୍ଡି ଓ ତାଙ୍କ ବାସ ଭବନରେ ଚଢାଉ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.