ETV Bharat / state

ନଦୀ ପୋଲ ତଳୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jan 2, 2020, 2:29 PM IST

ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର
ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳିସରାଳି ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର । ଏସମ୍ପର୍କରେ ଅଧିକ ପଢନ୍ତୁ...

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳିସରାଳି ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୫୦ରୁ ଊର୍ଦ୍ଧ୍ବ ଥିବା ଅନୁମାନ କରାଯାଉଛି । ତେବେ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର


ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ମୃତଶରୀରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୋଲ ବାଡରେ ଏକ ରଶି ବାନ୍ଧି ପୋଲ ତଳକୁ ଡେଇଁ ପଡିଛି କିମ୍ବା କିଏ ମାରି ଟାଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାରିପଦା ସହର ଜରାଳିସରାଳି ନଦୀ ପୋଲରୁ ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର, ବାରିପଦା ଟାଉନ ପୋଲିସ ର ତଦନ୍ତ ଆରମ୍ଭBody:ବାରିପଦା ସହରର ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଙ୍କ ବୟସ ଆନୁମାନିକ ୫୦ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ପୋଲର ବାଡାରେ ଏକ ରସି ବାନ୍ଧି ପୋଲ ତଳକୁ ଡେଇଁ ପଡିଛି କିମ୍ବା କିଏ ମାରି ଟାଙ୍ଗି ଦେଇଛି ଜଣାପଡିନାହିଁ । ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ମୃତଶରୀର କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.