ETV Bharat / state

ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା

author img

By

Published : Sep 27, 2022, 10:41 AM IST

ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା । ରୋଗୀ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଘଟଣାସ୍ଥଳରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ଥାନାଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା । ରୋଗୀ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଘଟଣାସ୍ଥଳରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ଥାନାଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, କରଞ୍ଜିଆ ଥାନା ଅନ୍ତର୍ଗତ ନେଡୁଆପାଳ ଗ୍ରାମର ସୁକୁମତି ରଣା ନାମକ ଜନୈକ ମହିଳାଙ୍କୁ ଗତକାଲି ପେଟରେ ଯନ୍ତ୍ରଣା କାରଣରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ପୁଣି ଦେହ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା । ତେବେ ଉତ୍ତମ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ରୋଗୀକୁ ପଠାଇଥିଲେ ଡାକ୍ତର । ଯାହା ଫଳରେ ସେଠାରେ ନିୟୋଜିତ ଥିବା ଡାକ୍ତର ଏବଂ ନର୍ସ ଅକ୍ସିଜେନ ଖୋଲି ଚାଲି ଯାଇଥିଲେ । ତେବେ ରୋଗୀ ପାଖକୁ ଆମ୍ବୁଲାନ୍ସ ଆସିବା ପାଇଁ ବିଳମ୍ବ ହେବାରୁ ରୋଗୀ ଅକ୍ସେଜେନ ନପାଇ ଗୁରୁତର ହୋଇ ପଡିଥିଲେ । ଏହା ଦେଖି ସମ୍ପର୍କୀୟ ମାନେ ଡାକ୍ତର ଏବଂ ନର୍ସଙ୍କ ପାଖକୁ ଯାଇ ବାରମ୍ବାର ଗୁହାରି କରିଥିଲେ ବି କେହି ଶୁଣିନଥିବା ଅଭିଯୋଗ ହୋଇଛି ।

ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା

ଫଳରେ ରୋଗୀଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପରିବାର ଏବଂ ସମ୍ପର୍କୀୟ ଲୋକେ ଉତକ୍ଷିପ୍ତ ହୋଇ ମେଡ଼ିକାଲ OPDରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ନର୍ସଙ୍କୁ ପାଟିତୁଣ୍ଡ କରୁଥିବାବେଳେ, ମେଡ଼ିକାଲରେ ନିୟୋଜିତ ସିକ୍ୟୁରିଟି ଏବଂ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯାହା ଫଳରେ ମେଡ଼ିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ବି କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା ।

ପୂର୍ବରୁ ମଧ୍ୟ ଚିକିତ୍ସା ଅବହେଳା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମୃତ୍ୟୁ ପରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି କିଛି ଦିନ ପୂର୍ବରୁ ମେଡ଼ିକାଲ କର୍ମଚାରୀଙ୍କ ଛୁଟି ମେଡ଼ିକାଲ ଅଫିସର ନାମଞ୍ଜୁର କରିବା କାରଣରୁ ମେଡ଼ିକାଲ ଅଫିସର ଏବଂ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ମେଡ଼ିକାଲକୁ ୫ ଘଣ୍ଟା ବନ୍ଦ କରି ଦେଇଥିଲେ ମେଡ଼ିକାଲ ଅଫିସର । ଏହାକୁ ନେଇ ସେତେବେଳେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ଅନ୍ୟପଟେ ମେଡ଼ିକାଲରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଥିବା ଦେଖାଇ ଡାକ୍ତର ଏବଂ କର୍ମଚାରୀ ମାନେ ବିଭିନ୍ନ ସମୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.