ETV Bharat / state

ସାନ୍ତାଳୀ ବୀର ଶହୀଦ ସିଦୋ-କାହ୍ନୁଙ୍କ ସ୍ମୃତିରେ 'ହୁଲ ମାହା' ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

author img

By

Published : Jun 30, 2023, 11:05 PM IST

santali community organised hul maha in mayurbhanj
ସାନ୍ତାଳୀ ବୀର ସହିଦଙ୍କ ସ୍ମୃତିରେ ହୁଲ ମାହା ପାଳିତ

ସାନ୍ତାଳୀ ସମ୍ପ୍ରଦାୟର ଦୁଇ ବୀର ଶହୀଦ ସିଦୋ-କାହ୍ନୁଙ୍କ ସ୍ମୃତିରେ ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ଅନ୍ତର୍ଗତ ଗୁଳତା ଗ୍ରାମରେ 'ହୁଲ ଦିବସ' ବା 'କ୍ରାନ୍ତି ଦିବସ' ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ସାନ୍ତାଳୀ ବୀର ସହିଦଙ୍କ ସ୍ମୃତିରେ ହୁଲ ମାହା ପାଳିତ

ରାଇରଙ୍ଗପୁର: ସାନ୍ତାଳୀ ସମ୍ପ୍ରଦାୟର ଦୁଇ ବୀର ଶହୀଦ ସିଦୋ-କାହ୍ନୁଙ୍କ ସ୍ମୃତିରେ 'ହୁଲ ଦିବସ' ବା 'କ୍ରାନ୍ତି ଦିବସ' ପାଳନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ଅନ୍ତର୍ଗତ ଗୁଳତା ଗ୍ରାମରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ୧୬୯ ତମ 'ହୁଲ ଦିବସ' ଅବସରରେ ଦୁଇ ବୀର ପୁରୁଷ ସିଦୋ ଓ କାହ୍ନୁଙ୍କୁ ମନେ ପକାଇଛନ୍ତି । ୧୮୫୫ ମସିହା ଜୁନ ମାସ ୩୦ ତାରିଖ ଦିନ ବ୍ରିଟିଶ ଶାସନ ଏବଂ ନିରୀହ ଆଦିବାସୀଙ୍କ ପ୍ରତି ବ୍ରିଟିଶ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ପ୍ରାୟ ୧୦ ହଜାର ସାନ୍ତାଳୀ ଲୋକଙ୍କୁ ନେଇ ବିଦ୍ରୋହ ଆରମ୍ଭ କରିଥିଲେ ସିଦୋ ମୁର୍ମୁ ଓ କାହ୍ନୁ ମୁର୍ମୁ । ଏହି ଦୁଇ ବୀର ପୁରୁଷଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ବୀର ଗାଥାକୁ ମନେ ପକେଇବା ପାଇଁ ଏହି ଦିନରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ହୁଲ ଦିବସ ପାଳନ କରିଥାନ୍ତି ।

ସିଦୋ-କାହ୍ନୁ ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଭଗବାନ ସଦୃଶ୍ୟ । ହୁଲ ଦିବସ ପାଳନ ଅବସରରେ ଗାଁ ଲୋକେ ପାରମ୍ପରିକ ସାନ୍ତାଳୀ ବସ୍ତ୍ର ପରିଧାନ କରି ମାଦଳର ତାଳେ ତାଳେ ନୃତ୍ୟ କରି ଗ୍ରାମର ନାଏକେ ବାବା(ପୂଜକ)ଙ୍କୁ ସିଦୋ କାହ୍ନୁଙ୍କ ପ୍ରତିମୂର୍ତ୍ତି ନିକଟକୁ ପାଛୋଟି ନେଇଥିଲେ । ସେଠାରେ ନାଏକେ ବାବା ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ଗାଁ ଲୋକଙ୍କ ସହିତ ଦୁଇ ବୀର ପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ଓ ଜଳଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଯୋଗଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ବୀର ସହିଦ ସିଦୋ-କାହ୍ନୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିଥିଲେ । ସିଦୋ କାହ୍ନୁଙ୍କ ସ୍ମୃତି ଚାରଣ କରିବା ସହିତ ବ୍ରିଟିଶ ଶାସନ ବିରୁଦ୍ଧରେ ଦେଶ ପାଇଁ ତାଙ୍କ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: ଗଲୱାନ ଘାଟି ସଂଘର୍ଷକୁ ପୂରିଲା ୩ ବର୍ଷ, ଶହୀଦଙ୍କ ଗାଁ ସମାଧିରେ ଶ୍ରଦ୍ଧାଞ୍ଜଳି

ବ୍ରିଟିଶ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ ସାନ୍ତାଳୀ ସମ୍ପ୍ରଦାୟର ଦୁଇ ବୀର ପୁରୁଷ ସିଦୋ ଓ କାହ୍ନୁ ସ୍ବର ଉତ୍ତୋଳନ କରିଥିଲେ । ଇଂରେଜମାନଙ୍କ ସହିତ ଲଢେଇ କରି ସାନ୍ତାଳୀ ସମ୍ପ୍ରଦାୟର ଦୁଇ ଭାଇ ଶହୀଦ ହୋଇଥିବା ବେଳେ ତାଙ୍କ ବୀରାଙ୍ଗନା ଦୁଇ ଭଉଣୀ ଫୁଲ ମୁର୍ମୁ ଏବଂ ଝାନ ମୁର୍ମୁ ମଧ୍ୟ ଶହୀଦ ହୋଇଥିଲେ । ତେବେ ଦେଶ ପାଇଁ ତାଙ୍କ ବଳିଦାନକୁ ମନେ ରଖିବା ପାଇଁ ତାଙ୍କ ସ୍ମୃତିରେ ସାରା ଭାରତରେ କ୍ରାନ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି ଯାହାକୁ ସାନ୍ତାଳୀ ଭାଷାରେ 'ହୁ୍ଲ୍ ମାହା' କୁହା ଯାଇଥାଏ । ଏହି 'ହୁଲ୍ ମାହା' ଅବସରରେ ଝାରଖଣ୍ଡ, ଓଡ଼ିଶା, ବିହାର, ବେଙ୍ଗଲ, ଆସାମ ଆଦି ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ହୁଲ୍ ମାହା ପାଳନ କରାଯାଇଥାଏ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.