ETV Bharat / state

ଧରାପଡି ନିର୍ଧୁମ ଛେଚା ଖାଇଲେ 4 ଛେଳି ଚୋର, 3 ବାଇକ ଜବତ

author img

By

Published : Jun 2, 2021, 8:03 PM IST

ଛେଳି ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ଠାରୁ ନିର୍ଧୁମ ମାଡ ଖାଇବା ସହ ଗିରଫ ହେଲେ 2 ଯୁବକ । ଅଧିକ ପଢନ୍ତୁ...

ଧରାପଡି ନିର୍ଧୁମ ଛେଚା ଖାଇଲେ 4 ଛେଳି ଚୋର, 3 ବାଇକ ଜବତ କଲା ପୋଲିସ
ଧରାପଡି ନିର୍ଧୁମ ଛେଚା ଖାଇଲେ 4 ଛେଳି ଚୋର, 3 ବାଇକ ଜବତ କଲା ପୋଲିସ

ରାଇରଙ୍ଗପୁର: ଲକଡାଉନର ସୁଯୋଗ ନେଇ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାଇଲେ 4 ଚୋର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧିନ ଚାନ୍ଦିଖମଣ ଗ୍ରାମରେ ।

ଧରାପଡି ନିର୍ଧୁମ ଛେଚା ଖାଇଲେ 4 ଛେଳି ଚୋର, 3 ବାଇକ ଜବତ କଲା ପୋଲିସ

ସୂଚନାନୁଯାୟୀ ଚାନ୍ଦିଖମଣ ଗ୍ରାମର ଜନୈକ ବ୍ୟକ୍ତି ଚରଣ ବିନ୍ଧାଣିଙ୍କ ଗୋଟିଏ ଛେଳିକୁ ଚାରି ଜଣ ଚୋର ଦୁଇଟି ବାଇକ ଯୋଗେ ନେଇ ପଳାଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ । ଫଳରେ ଗାଁ ଲୋକେ ଚାରି ଚୋରଙ୍କୁ ନିର୍ଧୁମ ଛେଚି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଯାମଦା ଥାନା ପୋଲିସ ପହଞ୍ଚି 4 ଜଣ ଚୋରଙ୍କୁ ଧରିବା ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ବାଇକକୁ ମଧ୍ୟ ଜବତ କରିଥିଲେ । ତେବେ ସେଥି ମଧ୍ୟରୁ ଚୋରା ହିରୋ ଗ୍ଲାମର ବାଇକଟି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗିରଫ ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବାର ବ୍ରିଜେଶ ଗୋପ ଓ ମଙ୍ଗୁଳୁ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳକ ଥିବାରୁ ସେମାନଙ୍କୁ ନୋଟିସ୍ ଦିଆଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.