ETV Bharat / state

ଜୀବନ ନେଲା ଫଟୋଗ୍ରାଫି ନିଶା, ଟୁଙ୍କି ଜଳପ୍ରପାତରେ ବୁଡିଗଲେ ଫଟୋଗ୍ରାଫର

author img

By

Published : Jul 30, 2023, 1:02 PM IST

photographer drowned to death in Tunki waterfall
photographer drowned to death in Tunki waterfall

ଜଳପ୍ରପାତରେ ବୁଡ଼ ଫଟୋଗ୍ରାଫରଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଟୁଙ୍କି ଜଳପ୍ରପାତରେ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ମଜା ନେବାକୁ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ, ଫଟୋଗ୍ରାଫି ମଧ୍ୟ କରୁଥିଲେ । କିନ୍ତୁ ଏହି ଫଟୋଗ୍ରାଫି ଫଟୋଗ୍ରାଫରଙ୍କର ଜୀବନ ନେଇଛି । ପ୍ରକୃତିର ଫଟୋ ଉଠାଉଥିବା ବେଳେ ହଠାତ ଜଳପ୍ରପାତରେ ପଡି ଫଟୋଗ୍ରାଫରଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କି ଜଳପ୍ରପାତରେ । ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଅମିତାଂଶୁ ବେହେରା । ସେ ଆରଡିଏସ କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ର । ଭଲ ଫଟୋଗ୍ରାଫର ଭାବେ ବାଲେଶ୍ଵର ଜିଲ୍ଲାରେ ପରିଚିତ ଥିଲେ ଅମିତାଂଶୁ । ତାଙ୍କୁ ସୋନି ୱାର୍ଲ୍ଡ ପକ୍ଷରୁ ବେଷ୍ଟ ଫଟୋଗ୍ରାଫରର ସମ୍ମାନ ମିଳିଥିବା ବେଳେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫୋଟୋଗ୍ରାଫି ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଅମିତାଂଶୁ ବେହେରା ନିଜ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ସହିତ ଗତକାଲି (ଜୁଲାଇ 29) ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍କି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ତେବେ ଅମିତାଂଶୁ ଜଣେ ଭଲ ଫଟୋଗ୍ରାଫର ହୋଇଥିବାରୁ ଜଳପ୍ରପାତର ଫଟୋ ସବୁ ଉଠାଉଥିଲେ । ସେହି ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ଜଳପ୍ରପାତରେ ଖସି ପଡ଼ିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କୀୟ ମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ଜଳପ୍ରପାତ ମଧ୍ୟରୁ ଅମିତାଂଶୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ

ସେପଟେ ଖବର ପାଇ ଖୁଣ୍ଟା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ମେଡିକାଲ ପଠାଇଥିଲେ । ଆଜି ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ଅମିତାଂଶୁ କଲେଜରେ ପାଠ ପଢ଼ିବା ସହିତ ଏକ ଭଲ ଫଟୋଗ୍ରାଫର ଭାବେ ବାଲେଶ୍ଵର ଜିଲ୍ଲାରେ ପରିଚିତ ଥିଲେ । ଛୋଟ ବେଳୁ ଫୋଟୋଗ୍ରାଫି ପ୍ରତି ତାଙ୍କର ବେଶ ରୁଚି ରହିଥିଲା । ଏହି ନିକଟରେ ସୂର୍ଯ୍ୟପରାଗ ସମୟର ଫଟୋ ଉଠାଇ ବେଶ ଚର୍ଚ୍ଚିତ ହୋଇଥିଲେ । ତେବେ ତାଙ୍କୁ ସୋନି ୱାର୍ଲ୍ଡ ପକ୍ଷରୁ ବେଷ୍ଟ ଫଟୋଗ୍ରାଫରର ସମ୍ମାନ ମିଳିଥିବା ସହିତ ଓଡ଼ିଶା ସହକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫୋଟୋଗ୍ରାଫି ପାଇଁ ପୁରସ୍କୃତ ମଧ୍ୟ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.