ETV Bharat / state

ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ

author img

By

Published : May 25, 2023, 5:18 PM IST

ସେଲ୍ଫି ନେବା ସମୟରେ ଅସାବଧାନତା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

death while taking selfie
death while taking selfie

ନଦୀ ମଝିରେ ସେଲ୍ଫି ନେବା ହେଲା କାଳ

ନବରଙ୍ଗପୁର: ପାଣିରେ ସେଲ୍ଫି ନେବା ଖେଳ ହେଲା କାଳ । ସେଲ୍ଫି ନେବା ସମୟରେ ଅସାବଧାନତା ଯୋଗୁଁ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀ ନିକଟରେ l କଲେଜ ଛୁଟି ଥିବାରୁ ୩ ଜଣ ସାଙ୍ଗ ମିଶି ଛୁଟି କଟାଇବାକୁ ଆସିଥିଲେ । ହେଲେ ସତେ ଯେମିତି ପାଣି ଭିତରେ ଜଗି ବସିଥିଲା ମୃତ୍ୟୁ ।

ସମସ୍ତେ ପାଣି ଭିତରେ ପହଁରି ପହଁରି ଖେଳୁଥିଲେ l 3 ଜଣ ସାଙ୍ଗ ମିଶି ନଦୀରେ ଗାଧୋଉ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହଠାତ ଗଭୀର ପାଣି ଭିତରକୁ ପଶି ଯାଇଥିଲା l ସେଠାରେ ସେ ସେଲ୍ଫି ଉଠାଇ ମଜା ନେଉଥିବାବେଳେ ପାଣିର ସ୍ରୋତରେ ହଠାତ୍ ବୁଡି ଯିବା ଦେଖିଥିଲେ ଅନ୍ୟ ସାଙ୍ଗମାନେ ।

ଛାତ୍ର ଜଣକ ବୁଡ଼ି ଯିବା ଦେଖି ଅନ୍ୟ ଦୁଇ ସାଙ୍ଗ ପୋଲିସ ଟୋଲ ଫ୍ରି' ନମ୍ବରକୁ ଜଣାଇବା ପାରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ବହୁ ଖୋଜାଖୋଜି କରିଥିଲେ l ଦୀର୍ଘ ସମୟ ପରେ ପିଲାଟିକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି l

ଘଟଣା ସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ଛାତ୍ର, ଏସ. ଚାଲାମଙ୍କ ପୁତ୍ର ଏସ. ମୁରଲୀ କ୍ରିଷ୍ଣା ବୋଲି ଜଣାପଡିଛି । ମୁରଲୀର ବୟସ ମାତ୍ର 17 ବର୍ଷ ହେବ । ସେ ଇଛାବତୀଗୁଡର ବାସିନ୍ଦା ହୋଇଥିବାବେଳେ ବୁଲିବା ପାଇଁ ସାଙ୍ଗମାନଙ୍କ ସହ ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ସେ ପାଣିରେ ବୁଡି଼ ମୃତ୍ୟୁବରଣ କରିଛନ୍ତି । ଏନେଇ ମୁରଲୀ କ୍ରିଷ୍ଣାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ । ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଅନେକ ସମୟରେ ଯୁବପୀଢିଙ୍କ ମଧ୍ୟରେ ସୋସିଆଲ ମିଡିଆ ତଥା ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଦେଖିବାକୁ ମିଳୁଛି । ନିକଟରେ ରିଲ୍ସ କରିବା ସମୟରେ ଜଣେ ଯୁବକ ଟ୍ରେନରୁ ପଡି ମୃତ୍ୟୁବରଣ କରିଥିବା ଭଳି ଖବର ଆସିଥିଲା । ସେହିପରି ସେଲ୍‌ଫି ନେବା ସମୟରେ ଅନେକଙ୍କ ଜୀବନ ଯାଇଥିବାର ନଜିର ରହିଛି । ତେବେ ଏଭଳି ଦୁର୍ଘଟଣା ଏଡାଇବାକୁ ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.