ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ

author img

By

Published : Nov 12, 2022, 11:35 AM IST

Updated : Nov 12, 2022, 2:48 PM IST

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ

ଗୁଣିଗାରେଡି ସନ୍ଦେହରେ ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ବାରଣ୍ଡାରୁ ମିଳିଲା ବୃଦ୍ଧଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହ । ଅଧିକ ପଢନ୍ତୁ

ବାରିପଦା: ମୟୂରଭଞ୍ଜରେ ଚାଞ୍ଚଲ୍ୟ । ଗୁଣିଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ । ଶୁକ୍ରବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସାରଜମଡ଼ିହି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗ୍ରାମର ଜଣେ ବୃଦ୍ଧଙ୍କୁ ମୁଣ୍ଡ କାଟି ନିର୍ମମ ଭାବେ ହତ୍ୟା କରାଯାଇଛି(Elderly Man Beheaded Over Black Magic Suspicion) । ମୃତକ ହେଉଛନ୍ତି ଗ୍ରାମର ଠୁଙ୍ଗୁରୁ ସିଂହ । ଗତକାଲି ରାତିରେ ବୃଦ୍ଧ ଜଣକ ଘରେ ଏକାକୀ ଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ

ସୂଚନା ମୁତାବକ, ଗତକାଲି ସାରଜମଡିହି ଗ୍ରାମର ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଫୁଟବଲ ଖେଳ ଦେଖିବା ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଠୁଙ୍ଗୁରୁ ସିଂ । ପରିବାର ଲୋକେ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯାହା କୁହାଯାଉଛି, ଗୁଣିଗାରେଡି ସନ୍ଦେହକୁ ନେଇ ପୂର୍ବରୁ ବୃଦ୍ଧ ଠୁଙ୍ଗୁରୁଙ୍କ ନିଜ ପୁତୁରା ସହ ବିବାଦ ରହିଥିଲା । ତେଣୁ ଏହି ଘଟଣାକୁ କେନ୍ଦ୍ରକରି ପୁତୁରା ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଏନେଇ ପୋଲିସ ମୃତକଙ୍କ ପୁତୁରା ଏବଂ ଅନ୍ୟ ଜଣେ ସମ୍ପର୍କୀୟକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଗୁଣିଗାରେଡିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ

Last Updated :Nov 12, 2022, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.