ETV Bharat / state

ଅଲୋଡା ହେଲା ନବଜାତ, କ୍ଷେତରୁ ଶିଶୁର ମୃତଦେହ ଉଦ୍ଧାର

author img

By

Published : May 21, 2023, 2:08 PM IST

ଧାନ କ୍ଷେତରୁ କ୍ଷତାକ୍ତ ଅବସ୍ଥାରେ ନବଜାତର ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

new born baby dead body rescued
new born baby dead body rescued

new born baby dead body rescued

ରାଇରଙ୍ଗପୁର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଧାନ କ୍ଷେତରୁ କ୍ଷତାକ୍ତ ଅବସ୍ଥାରେ ନବଜାତର ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୩ ଇଚିଣ୍ଡା ଗ୍ରାମରୁ ନବଜାତର ମୃତଦେହ ଉଦ୍ଧାର କଲା ପୋଲିସ । କିଏ ଶିଶୁଟିକୁ କ୍ଷେତରେ ଫୋପାଡି ଦେଇ ଚାଲିଗଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି(ରବିବାର) ସକାଳ ସମୟରେ ଇଚିଣ୍ଡା ଗ୍ରାମର ପୁରୁଣା ପୋଷ୍ଟ ଅଫିସ ନିକଟ ଧାନ କ୍ଷେତରେ ଏକ ନବଜାତ ଶିଶୁ କ୍ଷତାକ୍ତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଖବର ଗ୍ରାମରେ ପ୍ରସାର ହେବା ପରେ ମୃତ ନବଜାତକୁ ଦେଖିବାରୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଏନେଇ ଗ୍ରାମବାସୀ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଥିଲେ ।

ତେବେ ମୃତ ଶିଶୁର ଅଧା ଶରୀର ରହିଥିବା ଅଣ୍ଟା ତଳକୁ ନାହିଁ । କୁକୁର ଅଣ୍ଟା ତଳୁ ଝୁଣି ଝୁଣି ଖାଇ ଦେଇଥିବା ଅନୁମାନ କରାଯାଉଛି। ସେହିପରି ପେଟ, ମୁଣ୍ଡ ଓ ମୁହଁ ରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଏପରି ଫୋପାଡି ଦେଇ ଚାଲିଗଲା ତାହା ଅସ୍ପଷ୍ଟ ରହିଛି । ସେପଟେ ଅନୈତିକ ସମ୍ପର୍କ ରଖିବା ପରେ କେହି ଯୁବତୀ ଶିଶୁଟିକୁ ଜନ୍ମ ଦେବା ପରେ ଲୋକଲଜ୍ଜା ଭୟରେ ଏଠାରେ ଫିଙ୍ଗି ଦେଇଛି ନଚେତ୍‌ କୌଣସି ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ତେବେ ମୃତ ନବଜାତ ଶିଶୁଟି ଶିଶୁପୁତ୍ର ନା ଶିଶୁକନ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ । ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି । ପରେ ନବଜାତ ଶିଶୁଟିର ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଥିଲା ।

ଜିଲ୍ଲାରେ ବାରମ୍ବାର ଏହିପରି ଘଟଣା ସବୁ ସାମ୍ନାକୁ ଆସୁଛି । ଲୋକ ଲଜ୍ଜା ଭୟ ହେଉ ଅଥବା ଶିଶୁକନ୍ୟାକୁ ଜନ୍ମ ଦେଇ ଅତି ନିର୍ଦ୍ଦୟ ଭାବରେ ନବଜାତଙ୍କୁ ଫିଙ୍ଗି ଦେଉଛନ୍ତି ଜନ୍ମଦାତ୍ରୀ । ଏପରି ହୀନ ମାନସିକତା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।‌ ଗତ ୨୦୨୨ ମସିହା ନଭେମ୍ବର ମାସ ୨୨ ତାରିଖ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଥିଲା । ବିଶୋଇ ବ୍ଲକ କାର୍ଯ୍ୟାଳୟ ପଛ ପଟ ଜଙ୍ଗଲରେ ଗୋଟିଏ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା । ଜଙ୍ଗଲ ନିକଟ ହୋଇଥିବାରୁ କୌଣସି ପଶୁ ମୃତଶିଶୁଟିକୁ ଝୁଣି ଝୁଣି ଖାଇ ଦେଇଥିବା ବେଳେ କୌଣସି କୁକୁର ଶିଶୁଟିକୁ ଆଣି ବ୍ଲକ କାର୍ଯ୍ୟାଳୟ ପରିସରରେ ପକାଇ ଦେଇଥିଲେ । ଏ ସମ୍ପର୍କରେ ବିଶୋଇ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.