ETV Bharat / state

କୋରିଅର ପେଟିରୁ ବାହାରିଲା 6 ଫୁଟିଆ ନାଗ

author img

By

Published : Aug 25, 2019, 1:04 AM IST

ରାଇରଙ୍ଗପୁର ସହରର ୫ନଂ ୱାର୍ଡର ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିବା କୋରିଅର ପେଟିରୁ ନାଗ ସାପ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସହରର ୫ ନଂ ୱାର୍ଡର ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିବା କୋରିଅର ପେଟିରୁ ନାଗ ସାପ ଉଦ୍ଧାର କରାଯାଇଛି । ରାଇରଙ୍ଗପୁର ଫରେଷ୍ଟ ଗାର୍ଡ ସେଠାରୁ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରି କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର


ସୂଚନା ଅନୁଯାୟୀ, ମୃତ୍ୟୁ କୁମାର ପାଣି ପାଇପ ଲାଇନ ସମ୍ବନ୍ଧୀୟ ଜିନିଷ ବ୍ୟବସାୟ କରନ୍ତି। ତାଙ୍କ ପାଖକୁ କୋରିଅରରୁ କିଛି ସାମଗ୍ରୀ ଥିବା ପେଟି ଆସିଥିଲା। ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ଦେଖି ଭୟଭୀତ ହୋଇ ଯାଇଥିଲେ। ଏ ନେଇ ସେ ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ। ତେବେ ଖବର ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡ ଆସି ସେଠାରୁ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଛଅ ଫୁଟ ଲମ୍ବର ନାଗ ସାପ ଉଦ୍ଧାର। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ ନଂ ୫ ରେ। ସୂଚନା ଅନୁଯାୟୀ ୱାର୍ଡ ନଂ ୫ ରେ ମୃତୁ କୁମାର ନାମକ ଜଣେ ବ୍ୟକ୍ତି ସେଠାରେ ଘର ଭଡ଼ା ନେଇ ରହୁଛନ୍ତି। ତେବେ ସେ ପାଣି ପାଇପ ଲାଇନ ସମ୍ବନ୍ଧୀୟ ବ୍ୟବସାୟ କରନ୍ତି। ଅଗ୍ରୱାଲ ପେକର୍ସ ଓ ମୋଭର୍ସ ନାମକ କରିୟର ରୁ ତାଙ୍କ ପାଖକୁ କିଛି ସାମାନ ଥିବା ପେଟି ଆସିଥିଲା। ସେ ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ଦେଖି ଭୟଭୀତ ହୋଇ ଯାଇଥିଲେ।ଏ ନେଇ ସେ ତୁରନ୍ତ ରାଇରଙ୍ଗପୁର ବନବିଭାଗ କୁ ଖବର ଦେଇଥିଲେ। ତେବେ ଖବର ପାଇ ରାଇରଙ୍ଗପୁର ରେଞ୍ଜର ଅଶୋକ ଦାସ ଙ୍କ ନେତୃତ୍ବରେ ଦୁଇ ଜଣ ଫରେଷ୍ଟ ଗାର୍ଡ ଆସି ପେଟି ଭିତରେ ନାଗ ସାପଟିକୁ ଦେଖିବାକୁ ପାଇଥିଲେ। ଗାର୍ଡ ଦ୍ବୟ ସେଠାରୁ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ। ତେବେ ରାଇରଙ୍ଗପୁର ରେଞ୍ଜର ନାଗ ସାପଟିକୁ ଉଦ୍ଧାର କରି କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.