ETV Bharat / state

ଭଙ୍ଗାକୁଡିଆ ପାଖରେ ଖେଳିବା ହେଲା କାଳ, କାନ୍ଥ ପଡି ନାବାଳକ ମୃତ

author img

By ETV Bharat Odisha Team

Published : Aug 28, 2023, 2:50 PM IST

minor boy died as wall collapsed
କାନ୍ଥ ପଡି ନାବାଳକ ମୃତ

ଭଙ୍ଗା କୁଡିଆ ପାଖରେ ଖେଳିବା ହେଲା କାଳ । କାନ୍ଥ ପଡି ଜଣେ 10 ବର୍ଷର ନାବାଳକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କାନ୍ଥ ପଡି ନାବାଳକ ମୃତ

ରାଇରଙ୍ଗପୁର: 10 ବର୍ଷର ପିଲାଟି । ଜୀବନ କଣ ଜାଣିନଥିଲା । ଖେଳକୁଦ ବୟସ ଧୂଳି ଘର କରି ଖେଳୁଥିଲା । ହେଲେ କିଏ ଜାଣିଥିଲା ମୃତ୍ୟୁ ଛକି ବସିଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚିତ୍ରପୋଷି ଗ୍ରାମପଞ୍ଚାୟତ ମୂର୍ଗାପାଟ ମୁଣ୍ଡାସାହି ଗ୍ରାମରେ ଘଟିଛି ଏକ ବଡ଼ ଅଘଟଣ । ଭଙ୍ଗା କୁଡ଼ିଆ ପାଖରେ ଖେଳିବା ହେଲା କାଳ । କାନ୍ଥ ପଡ଼ି ଜଣେ 10 ବର୍ଷର ନାବାଳକର ମୃତ୍ୟୁ ହୋଇଛି । ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଧୁଛି ମାଆ ଶୋକରେ ବୁଡିଛି ପୁରା ମୁଣ୍ଡାସାହି ଗାଁ ।

ଏହା ବି ପଢନ୍ତୁ...ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ; ଶାଶୁ ମୃତ, ବୋହୂ ଗୁରୁତର

ସୂଚନା ଅନୁଯାୟୀ, ଗତକାଲି(ରବିବାର) ସନ୍ଧ୍ୟା ସମୟରେ ନାବାଳକଟି ଘର ନିକଟରେ ଥିବା ଶରତ ଚନ୍ଦ୍ର ପୂର୍ତ୍ତିଙ୍କ ଏକ ଭଙ୍ଗାଘର ନିକଟରେ ନାଣ୍ଡୁ ବାନରାଙ୍କ ୧୦ ବର୍ଷର ପୁଅ ତୁରାମ ବାନରା ଏବଂ ତାଙ୍କ ୩ ଜଣ ସାଙ୍ଗଙ୍କ ସହ ଖେଳୁଥିଲା । ଏହି ସମୟରେ ହଠାତ୍ କାନ୍ଥଟି ଖସି ପଡ଼ିଥିଲା । ଘରଟି ଭଙ୍ଗା ଥିବାରୁ କାନ୍ଥ ପଡିଯାଇଥିଲା । କାନ୍ଥ ତୁରାମ ଉପରେ ପଡିଯିବାରୁ ସେ କାନ୍ଥ ତଳେ ଚାପି ହୋଇ ଯାଇଥିଲେ । ଫଳରେ ତୁରାମ ବାନରା ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ।

ସେପଟେ ପରିବାର ଲୋକ ପିଲା କାନ୍ଥ ତଳେ ଚାପି ହୋଇ ପଡିଥିବାର ଖବର ବହୁତ ଡେରିରେ ପାଇଥିଲେ। ପରେ ପୁଅକୁ ଉଦ୍ଧାର କରି କରଞ୍ଜିଆ ଡ଼ାକ୍ତରଖାନାକୁ ଆଣିଥିଲେ ବାପା ନାଣ୍ଡୁ ବାନରା । ହେଲେ ସବୁ କିଛି ସରିଯାଇଥିଲା । ମାଆ କୋଳ ଖାଲି ହୋଇ ଯାଇଥିଲା । ବିଧିର ବିଧାନ କିଛି ଅଲଗା ଥିଲା । ସେଠାରେ ଡାକ୍ତର ନାବାଳକ ତୁରାମ ବାନରାକୁ ମୃତ ଘୋଷଣା କରିଥିଲେ। ସେପଟେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିଲେ । ଆଜି ମୃତ ବାଳକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ଉକ୍ତ ବାଳକର ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଏହା ବି ପଢନ୍ତୁ...ବର୍ଷା ବିତ୍ପାତ, ମୟୂରଭଞ୍ଜରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ

କାନ୍ଥ ପଡି ଅନେକ ସମୟରେ ଅବେଳରେ ଅନେକ ଜୀବନ ଦୀପ ଲିଭି ଯାଉଛି । କାନ୍ଥ ଭୁଶୁଡିବା ପରି ଅଘଟଣ ବିଷୟରେ ଖବର ପ୍ରକାଶ ପାଉଛି । ଏ ଦିଗରେ ସଚେତନ ହେବାର ଆବଶ୍ୟକ ରହିଛି । ଭଙ୍ଗା ଘର ଥିବା ସ୍ଥାନରୁ ଦୂରେଇ ରହିବା ଉଚିତ । ସଚେତନ ହେଲେ ଏପରି ଅଘଟଣ ଟଳିଯିବ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.