ETV Bharat / state

ବର୍ଷା ବିତ୍ପାତ, ମୟୂରଭଞ୍ଜରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ

author img

By

Published : Aug 24, 2022, 7:48 AM IST

ବର୍ଷାରେ ମାଟି କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ । ମୟୂରଭଞ୍ଜ ଜିଲ୍ଲା ଗୋପାବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ରାଇଡାହି ଗ୍ରାମରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ
ମୟୂରଭଞ୍ଜରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ

ବାରିପଦା: ମାଟି କାନ୍ଥ ଭୁଶୁଡି ଭାଇ-ଭଉଣୀ ମୃତ(Minor siblings die in wall collapse) । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଉଦଳା ଥାନା ଅନ୍ତର୍ଗତ ରାଇଡାହୀ ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ମାଆ ସହ ଭାଇ-ଭଉଣୀ ଶୋଇଥିବା ସମୟରେ କାନ୍ଥ ପଡି ଦୁହିଁଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ସ୍ତ୍ରୀ ତୁଳସୀ ସିଂ ଝିଅ ଯଶୋଦା ସିଂ(୧୦) ଓ ପୁଅ ଜ୍ୟୋତି ଶଙ୍କର ସିଂ (୬ ବର୍ଷ) ।

ମୟୂରଭଞ୍ଜରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ

ସୂଚନା ମୁତାବକ, ଗଣେଶ ସିଂଙ୍କ ପତ୍ନୀ ତୁଳସୀ ସିଂ ଦୁଇ ପୁଅ ଓ ଝିଅ ସହ ରାତିରେ ଘରେ ଶୋଇଥିଲେ । ହେଲେ ଶୋଇଥିବା ଅବସ୍ଥାରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା । ସୌଭାଗ୍ୟବଶତଃ ତୁଳସୀ ମାଟି ତଳୁ ନିଜର ସାନ ପୁଅ ଜୀବନ ରକ୍ଷା କରିପାରିଥିଲେ । ହେଲେ ଆଉ ଦୁଇ ପିଲାଙ୍କ ଜୀବନ ଚାଲିଯାଇଥିଲା । ତେବେ ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଓଦା ହୋଇ ଏହି ଅଘଟଣ ଘଟିଥିବା କୁହାଯାଉଛି । ଦୁଇ ପିଲାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.