ETV Bharat / state

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ; ଶାଶୁ ମୃତ, ବୋହୂ ଗୁରୁତର

author img

By

Published : Sep 28, 2021, 12:19 PM IST

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ କାନ୍ଥ ପଡି ଶାଶୁର ମୃତ୍ୟୁ ଘଟିଥିବାବେଳେ ବୋହୂ ଗୁରୁତର । ଅଧିକ ପଢନ୍ତୁ...

କାନ୍ଥ ପଡି ଶାଶୁ ମୃତ, ବୋହୁ ଗୁରୁତର
କାନ୍ଥ ପଡି ଶାଶୁ ମୃତ, ବୋହୁ ଗୁରୁତର

ଢେଙ୍କାନାଳ: ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଅଘଟଣ । ଘରର କାନ୍ଥ ପଡି ଶାଶୁ ମୃତ ଓ ବୋହୂ ଗୁରୁତର । ମୃତ ବୃଦ୍ଧା ଗ୍ରାମର କଦଳି ସାହୁ ଏବଂ ଗୁରତର ବୋହୁ ହେଲେ ରିନା ସାହୁ । ସୋମବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି । ଯାହାଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧା ଜଣକ ଆଖି ବୁଜିଛନ୍ତି ।

କାନ୍ଥ ପଡି ଶାଶୁ ମୃତ, ବୋହୁ ଗୁରୁତର

ଘରଟି ଚାଳ ଛପରର ହୋଇଥିବାରୁ ଅତ୍ୟଧିକ ବର୍ଷା କାରଣରୁ ଏହାର କାନ୍ଥ ଦୁର୍ବଳ ହୋଇଯାଇଥିଲା । ଯେଉଁ କାରଣରୁ ବିଳମ୍ବିତ ରାତିରେ ଖସି ପଡିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ଉଭୟ ଶାଶୁ ଓ ବୋହୂଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଶାଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ବିରାଶାଳ ଆରଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.