ETV Bharat / state

ବାଇକ-ପିକଅପ ଭ୍ୟାନ ମଧ୍ୟରେ ଦୁର୍ଘଟଣା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

author img

By

Published : Nov 2, 2022, 12:55 PM IST

road accident between bike and pickup van in mayurbhanj
ବାଇକ-ପିକଅପ ଭ୍ୟାନ ମଧ୍ୟରେ ଦୁର୍ଘଟଣା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ବାରିପଦା ଟାଉନ ଥାନା ମୁର୍ଗାବାଡ଼ି ସ୍ଥିତ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା। ଅଧିକ ପଢ଼ନ୍ତୁ

ବାରିପଦା: ଟାଉନ ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ସ୍ଥିତ ଜୁବୁଲି ପେଟ୍ରୋଲ ପମ୍ପ ଛକ ଠାରେ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନ ଓ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି । ବାଇକକୁ ସୁରକ୍ଷା ଦେବାକୁ ଯାଇ ଭାରସାମ୍ୟ ହରାଇ ପିକଅପ ଗାଡିଟି ରାସ୍ତାରେ ଓଲଟି ପଡିଥିଲା । ଫଳରେ ଉଭୟ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଉଚିତ ବ୍ୟବସ୍ଥା ହୋଇନଥିବାରୁ ବାରମ୍ବାର ଏହିପରି ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥା ସହ ଦୁର୍ଘଟଣା ରୋକିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଶହଶହ ବସ, ଟ୍ରକ ଆଦି ଅଟକି ରହିଥିଲା। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ବିଳମ୍ବିତ ରାତିରେ ରାସ୍ତା ରୋକ ହଟିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.