ETV Bharat / state

ମନ୍ଦିର ଉପରେ ଲୁଟେରାଙ୍କ ନଜର, 3 ଦିନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

author img

By

Published : Jul 31, 2019, 12:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ଗତ ୩ଦିନ ମଧ୍ୟରେ ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଅଧିନସ୍ଥ କମାରଡିହା ଏବଂ ତୋଟାପଡା ଅଞ୍ଚଳର ୫ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି ।

ବାରିପଦା: ମନ୍ଦିରରୁ ଲୁଟ । ଲୁଟେରାଙ୍କ ନଜର ଏବେ ମନ୍ଦିର ଉପରେ । ଗତ ୩ଦିନ ମଧ୍ୟରେ ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଅଧିନସ୍ଥ କମାରଡିହା ଏବଂ ତୋଟାପଡା ଅଞ୍ଚଳର ୫ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି ।

ଗତ ଶନିବାର ରାତିରେ କମାରଡିହା ରଥ ପଡିଆ ନିକଟରେ ଥିବା ହନୁମାନ ମନ୍ଦିରର ଗ୍ରିଲ ଭାଙ୍ଗି ହନୁମାନ ମନ୍ଦିରରେ ଥିବା ପୂଜା ସାମଗ୍ରୀ ସମେତ ପ୍ରାୟ ୨୦ହଜାର ଟଙ୍କାର ସୁନା, ରୂପା ଗହଣା ଚୋରି କରିଥିଲେ ଦୁର୍ବୃତ୍ତ । ସେହି ରାତିରେ ଉକ୍ତ ଗ୍ରାମର ରାଧାଶ୍ୟାମ ପଣ୍ଡାଙ୍କ ଘରେ ଥବା ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ମଧ୍ୟ ଆନୁମାନିକ ୧ଲକ୍ଷ ୫0ହଜାର ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ସକାଳେ ଚୋରି ହୋଇଥିବା ଜଣାପଡିବା ପରେ କମାରଡିହା ଅଞ୍ଚଳର କିଛି ଲୋକ ବସ୍ତା ରେଳଷ୍ଟେସନ ସଂରକ୍ଷିତ ପଟାସ ଜଙ୍ଗଲରେ ରହୁଥିବା ବାରବୁଲା ଲୋକଙ୍କୁ ସନ୍ଦେହ କରି ପଚରାଉଚୁରା କରିବା ପରେ ସେମାନଙ୍କ ନିକଟରୁ କିଛି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ଜଡିତ ଥିବା କିଛି ଲୋକଙ୍କୁ ମଧ୍ୟ ଗିରଫ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଘଟଣା ଘଟିବାର ଦୁଇଦିନ ନଯାଉଣୁ ଗତକାଲି(ମଙ୍ଗଳବାର) ରାତିରେ ତୋଟାପଡା ପଞ୍ଚାୟତ ପାଇକ ସାହି ଠାରେ ଥିବା ମା ସନ୍ତୋଷୀ, ଶ୍ରୀ ଚୈତନ୍ୟଦେବ ଏବଂ ମା ତାରିଣୀଙ୍କ ମନ୍ଦିରରୁ ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଓ ସୁନାଗହଣା ଚୋରି ହୋଇଥିବା ଜଣାପଡିଛି । ଏହା ପୋଲିସ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଥିବାବେଳେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଖବର ପାଇ ବେତନଟି ଉପଖଣ୍ଡ ଅଧିକାରୀ ଗୋବିନ୍ଦ ସେଠୀ ଥାନା ଆଇଆଇସି ରେଣୁବାଳା ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାହାର ରାଜ୍ୟରୁ ମୟୂରଭଞ୍ଜ ଜିଲ୍ଲାକୁ ବାରବୁଲାଙ୍କ ସମେତ ଫେରିବାଲା ତଥା କାମ କରିବା ପାଇଁ ଆସୁଛନ୍ତି । ଆଉ ଏଠାରେ ନାନା ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଲୁଟେରାଙ୍କ ନଜର ଏବେ ମନ୍ଦିର ଉପରେ । ଗତ ୩ଦିନ ମଧ୍ଯରେ ମୟୁରଭଞ୍ଜ ରାସଗୋବିନ୍ଦପୁର ଥାନା
ଅଧାନସ୍ଥ କମାରଡିହା ଏବଂ ତୋଟାପଡା ଅଞ୍ଚଳର ୫ଟି
ମନ୍ଦିରରୂ ସେମାନେ ଲକ୍ଷାଧୂକ ଟଙ୍କାର ସୁନାଗହଣା ଚୋରି କରିନେଇଥୁବା ଜଣାପଡିଛି। Body:ଗତ ଶନିବାର ରାତିରେ
କମାରଡିହା ରଥ ପଡିଆ ନିକଟରେ ଥୁବା ହନୁମାନ ମନ୍ଦିରର ଗ୍ରିଲ ଭାଙ୍ଗି ହନୁମାନ ମନ୍ଦିରରେ ଥୁବା ପୂଜାସାମଗ୍ରୀ ସମେତ ପ୍ରାୟ ୨୦ହଜାର ଟଙ୍କାର ସୁନା, ରୂପା ଗହଣା ଚୋରି କରି ନେଇ ଯାଇଥଲେ। ସେହି ରାତିରେ ଉକ୍ତ ଗ୍ରାମର ରାଧାଶ୍ୟାମ ପଣ୍ଡାଙ୍କ ଘରେ ଥବା ଲକ୍ଷ୍ମୀନାରାୟଣ ମନ୍ଦିରର ତାଲାଭାଙ୍ଗି ମଧ୍ଯ ଆନୁମାନିକ ୧ ଲକ୍ଷ ୫0ହଜାର ଟଙ୍କାର ଅଳଙ୍କାର ଚୋରି ହୋଇଯାଇଥିଲା । ସକାଳେ ଚୋରି ହୋଇଥିବା ଜଣାପଡିବା ପରେ କମାରଡିହା ଅଞ୍ଚଳର କିଛିଲୋକ ବସ୍ତା ରେଳଷ୍ଟେସନ ସଂରକ୍ଷିତ ପଟାସ ଜଙ୍ଗଲରେ ରହୁଥୂବା ବାରବୁଲା ଲୋକଙ୍କୁ ସନ୍ଧେହ କରି
ପଚରାଉଜୁରା କରିବା ପରେ ସେମାନଙ୍କ ନିକଟରୁ କିଛି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥୁଲା। ଘଟଣା ପ୍ରଘଟ ହେବା ପରେ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ଜଡିତ ଥିବା କିଛି ଲୋକଙ୍କୁ ମଧ୍ୟ ଗିରଫ କରିଥୁଲା। ଏହି ଘଟଣା ଘଟିବାର ଦୁଇଦିନ ନ ଯାଉଣୁ ଗତକାଲି ରାତିରେ ତୋଟାପଡା ପଞ୍ଚାୟତ ପାଇକସାହି ଠାରେ ଥୁବା ମା ସନ୍ତୋଷା, ଶ୍ରୀ ଚୈତନ୍ୟଦେବ ଏବଂ ମା ତାରିଣୀଙ୍କ ମନ୍ଦିରରୁ ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଓ ସୁନାଗହଣା ଚୋରି ହୋଇଯିବା ପୁଲିସ ପାଇଁ ମୁଣ୍ତବ୍ଯଥାର କାରଣ ପାଲଟିଥୂୁବା ବେଳେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଖବର ପାଇଁ ବେତନଟୀ ଉପଖଣ୍ଡ ଅଧୂକାରୀ ଗୋବିନ୍ଦ ସେଠୀ ଥାନା ଆଇଆଇସି ରେଣୁବାଳା ସାହୂ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାହାର ରାଜ୍ୟରୁ ମୟୁରଭଞ୍ଜ ଜିଲ୍ଲାକୁ ବାରଦୁଲାଙ୍କ ସମେତ ଫେରିବାଲା ତଥା କାମ କରିବା ପାଇଁ ଆସି ଏଠାରେ ନାନା ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୂୁଥୁଲେ ମଧ୍ଯପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି ।
ବାଇଟ-ଚୈତ୍ୟନ ଦାସ-ସ୍ଥାନୀୟ ବାସିନ୍ଦା

ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.