ETV Bharat / state

ଗିରଫ ହେବାର 24 ଘଣ୍ଚା ନପୁରୁଣୁ ଖଲାସ ହେଲେ ଲେଡି ଫରେଷ୍ଟଗାର୍ଡ

author img

By

Published : Feb 23, 2020, 3:18 PM IST

lady forest guard get bail
କାଠ ଚୋରି ଅଭିଯୋଗ

କାଠ ଚୋରି ଅଭିଯୋଗରେ ବୃଦ୍ଧା, ଗର୍ଭବତୀ ଓ ଏକ ନାବାଳିକାକୁ ମାଡମରା ଘଟଣା । ଅଭିଯୁକ୍ତ ମହିଳା ଫରେଷ୍ଟ ଗାର୍ଡ ଗିରଫ କରିବାର 24 ଘଣ୍ଟା ନପୁରୁଣୁ ମିଳିଲା ଜାମିନ। ଅଧିକ ପଢନ୍ତୁ...

ରାଇରଙ୍ଗପୁର: କାଠ ଚୋରି ଅଭିଯୋଗରେ 65 ବର୍ଷୀୟ ବୃଦ୍ଧା ଓ ଗର୍ଭବତୀଙ୍କୁ ମାଡ ମରା ଘଟଣା। ଅଭିଯୁକ୍ତ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗିରଫ କରିବାର 24 ଘଣ୍ଟା ନ ପୂରଣୁ ଜାମିନ ମିଳିଯାଇଛି । ବିନା କୌଣସି ସର୍ଚ୍ଚ ୱାରେଣ୍ଟ କିମ୍ବା ବନାଞ୍ଚଳ ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ନ ନେଇ ରାତ୍ରି ସମୟରେ ବୃଦ୍ଧା, ଗର୍ଭବତୀ ମହିଳାଙ୍କ ସମେତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ତାଙ୍କୁ ନିଲମ୍ବନ କରିବା ସହଗିରଫ କରିଥିଲା କରଞ୍ଜିଆ ପୋଲିସ ।

ଗିରଫ ହେବାର 24 ଘଣ୍ଚା ନପୂରଣୁ ଖଲାସ ହେଲେ ଲେଡି ଦବଙ୍ଗ ଫରେଷ୍ଟଗାର୍ଡ

ଗତ ଶନିବାର ନ୍ୟାୟ ଦାବି ଓ କ୍ଷତିପୂରଣ ଦାବିରେ 220 ଜାତୀୟ ରାଜପଥକୁ ଦୀର୍ଘ 5 ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ରେଞ୍ଜ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯାଇଥିଲା। କିନ୍ତୁ ଓଲଟା ମହିଳା ଫରେଷ୍ଟ ଗାର୍ଡ ଜଣକ ସେମାନଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ଚଢାଉ ବେଳେ ସେମାନେ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଏପରିକି ଅଫିସ କାର୍ଯ୍ୟରେ ବାଧାସୃଷ୍ଟି କରିବା ସହ ତାଙ୍କୁ ପ୍ରଥମେ ମାଡ ମାରି ମାରିଥିଲେ । ସେପଟେ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ସେମାନଙ୍କ ବିରୋଧରେ ମାମଲାରେ ରୁଜୁ କରିବା କରଞ୍ଜିଆ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଠି ପ୍ରଶ୍ନ ଉଠୁଛି, କାହିଁକି ଫରେଷ୍ଟ ଗାର୍ଡ ଜଣକ ଘଟଣା ଘଟିବାର ଦିନକ ପରେ ଆତ୍ମରକ୍ଷା କରିବା ପାଇଁ ମାମଲା ରୁଜୁ କଲେ । କାହା ନିର୍ଦ୍ଦେଶରେ ମିଥ୍ୟା ମାମଲାର ଆଶ୍ରୟ ନେଇଛନ୍ତି ? ପୋଲିସ ଠିକ ଭାବେ ଘଟଣାର ତଦନ୍ତ କରୁଛି ତ ? ନା ଜାଣିଶୁଣି ଏପରି ତଦନ୍ତ କରୁଛି ?

ଗତ 20 ତାରିଖ ରାତିରେ ଜଣେ ଦୁଧିଆଣି ରେଞ୍ଜର ଏହି ମହିଳା ଫରେଷ୍ଟଗାର୍ଡଙ୍କ ସହିତ କିଛି ଯୁବକ କାଠ ଚୋରି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାର୍ହାପାଣପୋଷି ଗାଁର ଜଣେ ଆଦିବାସୀଙ୍କ ଘରେ ରାତି ଅଧିଆ ଅତର୍କିତ ଚଢାଉ କରିଥିଲେ । ଏପରିକି ଗର୍ଭବତୀ ମହିଳାଙ୍କୁ ନିସ୍ତୁକ ମାଡ ମାରି ତାଙ୍କ ହାତ ଭାଙ୍ଗିବା ସହ ତାଙ୍କୁ ଉଠବସ କରାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.