ETV Bharat / state

ପଣ୍ଡ ହେଲା ଗୋ ଚାଲାଣ କାରବାର, ୪୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

author img

By

Published : Nov 6, 2020, 1:54 PM IST

ପଣ୍ଡ ହେଲା ଗୋ ଚାଲାଣ କାରବାର, ୪୦ରୁ ଉର୍ଦ୍ଧ୍ବ ଗାଇ ବଳଦ ଉଦ୍ଧାର
ପଣ୍ଡ ହେଲା ଗୋ ଚାଲାଣ କାରବାର, ୪୦ରୁ ଉର୍ଦ୍ଧ୍ବ ଗାଇ ବଳଦ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ତାଟୋ ଛକ ନିକଟ 49ନମ୍ବର ଜାତୀୟ ରାଜପଥରୁ ୪୦ରୁ ଉର୍ଦ୍ଧ୍ଵ ଗାଈ ବଳଦ ବୋଝେଇ ଗୋଟିଏ 12ଚକିଆ ଟ୍ରକକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ପଣ୍ଡ ହେଲା ଗୋ ଚାଲାଣ କାରବାର । ମୟୂରଭଞ୍ଜ ଜିଲ୍ଲା ତାଟୋ ଛକ ନିକଟରେ ଗୋରୁ ବୋଝେଇ ଗୋଟିଏ 12ଚକିଆ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।

ପଣ୍ଡ ହେଲା ଗୋ ଚାଲାଣ କାରବାର, ୪୦ରୁ ଉର୍ଦ୍ଧ୍ବ ଗାଇ ବଳଦ ଉଦ୍ଧାର

ଶୁକ୍ରବାର ଭୋରୁ ଭୋରୁ 49ନମ୍ବର ଜାତୀୟ ରାଜପଥରେ ଗୋ ଚାଲାଣ ହେଉଥିବା ଖବର ପାଇଥିଲା ଭୈରବ ସେନା । ସେନାର କିଛି ଯୁବକ ରାଜପଥରେ ୪୦ରୁ ଊର୍ଦ୍ଧ୍ଵ ଗାଈ ବଳଦ ବୋଝେଇ ଗୋଟିଏ 12ଚକିଆ ଟ୍ରକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ।

ତେବେ ଅତି ନିର୍ଦ୍ଦୟ ଭାବରେ ଗୋ-ଚାଲାଣ ପୋଲିସରେ ଇସାରାରେ ହେଉଥିବା ଅଭିଯୋଗ କରିଛି ଭୈରବ ସେନା । ଏ କିଛି ଦିନ ହେବ ରାଜ୍ୟରେ ପ୍ରତ୍ୟେକ ଦିନ ବେଧଡକ ଭାବେ ବେଆଇନ ଗୋ ଚାଲାଣ କାରବାର ବଢୁଥିବା ବେଳେ ପୋଲିସ ହାତ ଖାଲି । ମାଫିଆଅଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପ୍ରଶ୍ନ କରିଛନ୍ତି ଭୈରବ ସେନାର ଯୁବକ । ତେବେ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

କିଛି ଦିନ ପୂର୍ବରୁ ଏପରି ଗୋ ଚାଲାଣ ଗାଡି ଜବତ କରିବା ସହ ମାଫିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.