ETV Bharat / state

ବାରିପଦା ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ଗ୍ୟାସ ଗୋଦାମ

author img

By

Published : Oct 30, 2022, 11:24 AM IST

ବାରିପଦା ସୁଭଦ୍ରା ହୋଟେଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଗ୍ୟାସ ଗୋଡାଉନ ଓ କିରୋସିନ ଡିପୋ । ଅଧିକ ପଡନ୍ତୁ

ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବାରିପଦା: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ବାରିପଦା ଟାଉନ ଥାନା ଅନ୍ତର୍ଗତ ସକାଳ ପରିବା ମାର୍କେଟ ପାଖ ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁଭଦ୍ରା ହୋଟେଲରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିଲା । ହୋଟେଲର ତଳ ମହଲାରେ ୟାମାହା ବାଇକ୍ ସୋରୁମ୍ ଥିବାବେଳେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି ଗ୍ୟାସ ଗୋଦାମ ଓ କିରୋସିନ ଡିପୋ । ତେବେ ସ୍ଥାନୀୟ ଲୋକେ ନିଆଁ ଲାଗିଥିବାର ଦେଖି ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.