ETV Bharat / state

ଆକାଶ ଦୀପରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଟେଣ୍ଟ ହାଉସ୍‌

author img

By ETV Bharat Odisha Team

Published : Nov 13, 2023, 10:59 AM IST

ଆକାଶ ଦୀପରୁ ଭୟାବହ ଅଗ୍ନିକାଣ୍ଡ
ଆକାଶ ଦୀପରୁ ଭୟାବହ ଅଗ୍ନିକାଣ୍ଡ

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢ଼ନ୍ତୁ

ଆକାଶ ଦୀପରୁ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର: ଆଲୋକର ପର୍ବ ଦୀପାବଳିରେ ଜିଲ୍ଲାରେ ଅଘଟଣ । ଜିଲ୍ଲାର ବାରିପଦା ସ୍ଥିତ ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଟେଣ୍ଟ ହାଉସ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ତେବେ ବାଣ ପଡି ନିଆଁ ଲାଗିଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏଥିରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ

ସୂଚନା ମୁତାବକ, ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଜୁବଲି ଲାଇବ୍ରେରି ନିକଟରେ ଥିବା ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ତେବେ ବାରିପଦାବାସୀ ଦୀପାବଳି ପାଳନ କରୁଥିବା ସମୟରେ ଗୋଟିଏ ଆକାଶ ଦୀପ ଖସି ଆସି ଟେଣ୍ଟ ହାଉସରେ ଥିବା ବିଭିନ୍ନ ସିନ୍ଥେଟିକ୍ ଟେଣ୍ଟ କପଡା ଉପରେ ପଡି ଯାଇଥିଲା । ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା । ପରେ ଅନ୍ୟ କପଡ଼ାକୁ ନିଆଁ ବ୍ୟାପି ଯାଇ ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ଦୀପାବଳି କଟକଣାକୁ ଫୁ, ଉଚ୍ଚ ଶବ୍ଦର ବାଣ ଯୋଗୁଁ ଧୂଆଁମୟ ପରିବେଶ

ଧୀରେ ଧୀରେ ଟେଣ୍ଟ ହାଉସ ଭିତରେ ଥିବା ସମସ୍ତ ସ୍ଥାନରେ ନିଆଁ ଲାଗି ଯାଇଥିଲା । ଟେଣ୍ଟ ହାଉସ ମାଲିକ ଜଣକ ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ବହୁ ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ହେଲେ ସେତେବେଳକୁ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ସେପଟେ ଏହି ଭୀଷଣ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟେଣ୍ଟ ହାଉସର କର୍ମଚାରୀ ।

ଏଥର ବାଣ ଫୁଟାଇବା ଉପରେ କଟକଣା ଜାରି କରିଥିଲେ ସୁପ୍ରିମକୋର୍ଟ। ଏହାକୁ କୌଣସି ସ୍ଥାନରେ ସଠିକ ଢଙ୍ଗରେ ଅନୁପାଳନ କରାଯାଇନାହିଁ । ରାଜ୍ୟରେ ଏକାଧିକ ସ୍ଥାନରେ ବାଣ ଫୁଟାଇବା ସହ ଅଘଟଣ ଘଟି ଲୋକେ ଆହତ ହୋଇଛନ୍ତି । ସେହିଭଳି ଏକାଧିକ ଅଗ୍ନିକାଣ୍ଡ ଭଳି ଘଟଣା ବି ଘଟିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.