ETV Bharat / state

ଥମିବାର ନାଁ ନେଉନି କାମିଆ ବିବାଦ; ୟୁଟ୍ୟୁବରଙ୍କ ଗିରଫ ଦାବିରେ ଗଣବିକ୍ଷୋଭ

author img

By ETV Bharat Odisha Team

Published : Dec 28, 2023, 8:59 PM IST

ଥମିବାର ନାଁ ନେଉନି କାମିଆ ଜାନି ବିବାଦ; ୟୁଟ୍ୟୁବରଙ୍କ ଗିରଫ ଦାବିରେ ଗଣବିକ୍ଷୋଭ
ଥମିବାର ନାଁ ନେଉନି କାମିଆ ଜାନି ବିବାଦ; ୟୁଟ୍ୟୁବରଙ୍କ ଗିରଫ ଦାବିରେ ଗଣବିକ୍ଷୋଭ

Youtuber Kamiya Jani Controversy: ୟୁଟ୍ୟୁବର କାମିଆ ଜାନୀଙ୍କୁ ଗିରଫ ଦାବିରେ ରାଇରଙ୍ଗପୁର ସହରରେ ଗଣବିକ୍ଷୋଭ । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ଚକ୍ରାନ୍ତିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦବି କରିଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଅଧିକ ପଢନ୍ତୁ

ଥମିବାର ନାଁ ନେଉନି କାମିଆ ଜାନି ବିବାଦ; ୟୁଟ୍ୟୁବରଙ୍କ ଗିରଫ ଦାବିରେ ଗଣବିକ୍ଷୋଭ

ରାଇରଙ୍ଗପୁର: ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ଚକ୍ରାନ୍ତିକାରୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଆଜି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକ ନିକଟରୁ ରାଇରଙ୍ଗପୁର ଶ୍ରୀ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ କାମିଆ ଜାନୀ ନାମକ ଜଣେ ୟୁଟ୍ୟୁବରଙ୍କୁ ବିରୋଧ କରି ଆଜି ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିକଟରେ କାମିଆ ଜାନୀ ନାମକ ଜଣେ ୟୁଟ୍ୟୁବର ଦ୍ବାରା ଶ୍ରୀମନ୍ଦିର ଓ ମହାପ୍ରସାଦର ପ୍ରଚାର କରାଯାଇଥିଲା ।

ତେବେ ଉକ୍ତ ମହିଳା ଜଣକ ୟୁଟ୍ୟୁବ ମାଧ୍ୟମରେ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରିଥିବା ଜଣାପଡ଼ିଥିଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖୁବାକୁ ମିଳିଥିଲା । ଏହାକୁ ନେଇ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ହଜାର ହଜାର ବର୍ଷର ପରମ୍ପରାର ପ୍ରତୀକ । ମହାପ୍ରଭୁଙ୍କ ପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ । ପ୍ରଚାର ପ୍ରସାର ନାମରେ ଧର୍ମକୁ ଆଖି ଠାର ମାରି ଗୋମାଂସ ଭକ୍ଷଣ କରିଥିବା ପ୍ରଚାରକାରୀ ଦ୍ବାରା ମହାପ୍ରସାଦର ପ୍ରଚାର କରିବା କାହା ସ୍ବାର୍ଥ ପାଇଁ ବୋଲି ପ୍ରଶ୍ନ କରାଯାଇଛି ।

ଅନ୍ୟପଟେ ଅଣ ଓଡ଼ିଆ ନେତାଙ୍କ ସହ କାମିଆ ଜାନୀ ଆନନ୍ଦ ବଜାର ପ୍ରସାଦ ଖାଇବା କେତେ ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଯେଉଁ ଦେଶର ଜଗନ୍ନାଥ ସଂସ୍କୃତିକୁ ପାଶ୍ଚାତ୍ୟ ଦେଶର ଲୋକ ରିସର୍ଜ କରିବାକୁ ଆସୁଛନ୍ତି ସେଭଳି ସ୍ଥଳେ ଏଠାକାର ଲୋକେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରିବାକୁ ଯାଉଛନ୍ତି । ଏହା ଠାରୁ ଲଜ୍ଜାର ବିଷୟ କଣ ଥାଇ ପାରେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଏହା ପଛରେ ଏକ ବୃହତ ଷଡଯନ୍ତ୍ର କାର୍ଯ୍ୟ କରୁଥିବା କହିବା ସହିତ ଏବେ ଠାରୁ ହିନ୍ଦୁ ସମାଜ ଜାଗ୍ରତ ନହେଲେ ଆଗାମୀ ଦିନରେ ଯେଉଁଭଳି ଭୟାନକ ପରିସ୍ଥିତି ସୃଷ୍ଟି ହେବ ସେଥ‌ିପାଇଁ ଆମେ ନିଜକୁ ମଧ୍ୟ କ୍ଷମା ଦେଇ ପାରିବୁ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ତେଜୁଛି କାମିଆ ଜାନି ବିବାଦ: ୟୁଟ୍ୟୁବରଙ୍କ ଗିରଫ ଦାବିରେ ଜଗନ୍ନାଥ ପ୍ରେମୀଙ୍କ ଧାରଣା

ତେବେ ଆଜିର ଏହି ଗଣବିକ୍ଷୋଭ କାର୍ଯ୍ୟକ୍ରମରେ ଉଦୟ ନାରାୟଣ ସିଂହ ସଭାପତିତ୍ୱ କରିଥିବା ବେଳେ ନିଗମାନନ୍ଦ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଦିଗାର,ପରମେଶ୍ବର ବେହେରା ପ୍ରମୁଖ ଉଦ‌ବୋଧନ ଦେଇ କହିଛନ୍ତି ଶ୍ରୀ ଜଗନ୍ନାଥ ହେଉଛନ୍ତି ହିନ୍ଦୁମାନଙ୍କର ଆସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ସରକାରଙ୍କୁ ପରିଚାଳିତ କରୁଥିବା କିଛି ଅଣ ଓଡ଼ିଆ ବ୍ୟକ୍ତି ବିଶେଷ ଓ ଅନ୍ୟ କିଛି ନର୍ଥ ସ୍ବାର୍ଥ ଓଡ଼ିଆଙ୍କ ହୀନ ଚକ୍ରାନ୍ତି ଫଳରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ପରମ୍ପରା ନଷ୍ଟ ହେବାକୁ ବସିଲାଣି । ଏ ନେଇ ଚକ୍ରାନ୍ତ କାରୀଙ୍କ ବିରୁଦ୍ଧରେ କୋଠରରୁ ଅତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଦେଶ ବ୍ୟାପୀ କରାଯିବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.