ETV Bharat / state

ଟିକସ ଫାଙ୍କିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ

author img

By

Published : Mar 7, 2023, 9:01 AM IST

city and gst department raid in raja electronics
city and gst department raid in raja electronics

ରାଇରଙ୍ଗପୁରରେ ଏକ ବ୍ୟବସାୟିକ ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢାଉ। ଅଧିକ ପଢନ୍ତୁ

ସିଟି ଓ ଜିଏସଟି ବିଭାଗର ଚଢାଉ

ରାଇରଙ୍ଗପୁର : ଟିକସ ଫାଙ୍କିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛି ସିଟି ଓ ଜିଏସଟି ବିଭାଗ। ରାଇରଙ୍ଗପୁର ଉପଖଣ୍ଡର ହାଟବାଦଡା ଅଞ୍ଚଳ ସ୍ଥିତ ଏକ ବ୍ୟବସାୟୀକ ସଂସ୍ଥା ଉପରେ ଚଢାଉ କରିଛି ସିଟି ଓ ଏନଫୋର୍ସମେଣ୍ଟ ଟିମ୍‌ । ରାଜା ଇଲେକ୍ଟ୍ରୋନିକ୍ସ, ରାଜା ଫର୍ନିଚର, ରାଜା ଡ୍ରେସେସ୍ ଓ ରାଜା ସୁଜରେ ଚଢାଉ କରାଯାଇଛି ।

ପୂର୍ବରୁ ଏହି ସଂସ୍ଥା ଗୁଡ଼ିକ ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତେବେ ସେକ ସଲିମ ନାମକ ଜନୈକ ବ୍ୟକ୍ତିଙ୍କର ମାଲିକାନାରେ ରହିଥିବା ଏହି ଚାରୋଟି ବ୍ୟବସାୟିକ ଅନୁଷ୍ଠାନ ଉପରେ ଅଭିଯୋଗ ପାଇବା ପରେ ମୟୂରଭଞ୍ଜର ସିଟି ଓ ଜିଏସଟି ଏନ୍ଫୋର୍ସମେଣ୍ଟ ଟିମ ଗତକାଲି ଚଢ଼ାଉ କରିଥିଲା । ଦିନ 11ଟା 30 ମିନିଟ ସମୟରେ ଚଢ଼ାଉ କରାଯାଇଥିବା ବେଳେ ଏହା ଅପରାହ୍ନ 4ଟା 30 ମନିଟ ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଫର୍ନିଚର, ଇଲେକ୍ଟ୍ରୋନିକ୍ସ, ଜୋତା ଏବଂ ଡ୍ରେସ୍ ଦୋକାନରେ ଥିବା ସମସ୍ତ ଷ୍ଟୋକର ଡାଟା ଓ ଜିଏସଟି କାଗଜପତ୍ର ସହିତ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ଜାଗଜପତ୍ର ଗୁଡିକ ମଧ୍ୟ ଜବତ କରାଯାଇଛି । ପରେ ଟିକିନିକ ଯାଞ୍ଚ ପରେ ଯେତେ ପରିମାଣରେ ଟିକସ ଫଙ୍କା ଯାଇଥିବା ସେତିକ ଟିକସ ଫାଇନ ଆକାରରେ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟର ଡେପୁଟି କମିଶନର କୁଳମଣି ମଲ୍ଲିକ।

ଏହା ପୂର୍ବରୁ ଫେବୃଆରୀ 15 ତାରିଖରେ ରାଇରଙ୍ଗପୁର ସହରର ଦୁଇଟି ବଡ଼ ବଡ଼ ସଂସ୍ଥା ଆପୋଲୋ ଇଲେକ୍ଟ୍ରିକାଲ ଓ ଅନୁରାଧା ସେଲ୍ସ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା । ପୂର୍ବରୁ ଉକ୍ତ ଦୁଇଟି ସଂସ୍ଥା ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ବାଲେଶ୍ବର ଓ ମୟୂରଭଞ୍ଜର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର 10 ଜଣିଆ ଟିମ୍‌ ଏକା ସାଙ୍ଗରେ 5ଟି ସ୍ଥାନରେ ଚଢ଼ାଉ କରିଥିଲା ।

ଆପୋଲୋ ଇଲେକ୍ଟ୍ରିକାଲରେ ଚଢ଼ାଉ ସମୟରେ ରାଇରଙ୍ଗପୁର ଗୋଶାଳା ଭିତରେ ମଧ୍ୟ ଗୋଦାମ କରାଯାଇଥିବା ଜଣାପଡିଥିଲା । ଏହାପରେ ଗୋଶାଳାରେ ଜିଏସଟି ଟିମ୍‌ ଚଢ଼ାଉ କରିଥିଲା । ସେହିପରି ଅନୁରାଧା ସେଲ୍ସରେ ଚଢ଼ାଉ ପରେ ହନୁମାନ ବାଟିକାରେ ଥିବା ଗୋଦାମ ଗୃହ ଓ ବନ୍ଧନ ବ୍ୟାଙ୍କ ନିକଟରେ ଥିବା ଗୋଦାମ ଗୃହରେ ଚଢ଼ାଉ କରାଯାଇଥିଲା । ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଢାଉ ଜାରି ରଖିଥିଲା ସିଟି ଓ ଜିଏସଟି ବିଭାଗ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.